ନାବାଳିକାଙ୍କୁ ତିନିଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ସହିତ ଭିଡିଓ ଉତ୍ତୋଳନ କରାଯାଇଥିବା ନେଇ ଅଭିଯୋଗ ହୋଇଛନ୍ତି। ଉକ୍ତ ନାବାଳିକାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ମୋବାଇଲକୁ ମଧ୍ୟ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖରେ ଘଟିଛି ଏହି ଘଟଣା । ନାବାଳିକାଙ୍କ ବାପା ମା ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନେ ଦିନବେଳା କାମ କରିବା ଲାଗି ବାହାରକୁ ଯାଇଥିଲେ । ଝିଅ ଏକା ଘରେ ରହିଥିଲା । ଏହାର ଫାଇଦା ଉଠାଇଥିଲେ ଗାଁର ତିତିଜଣ ଯୁବକ । ସେମାନେ ନାବାଳିକାଙ୍କୁ ଘରୁ ଡାକିଥିଲେ । ଆଉ ପରେ ଏକ ଅର୍ଦ୍ଧନିର୍ମିତ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଇଜଣ ଦୁଷ୍କର୍ମ କରୁଥିବା ବେଳେ ଜଣେ ଭିଡିଓ ରେକର୍ଡିଂ କରୁଥିଲା । ତେବେ ଏହି ଘଟଣା ସମ୍ପର୍କରେ କାହା ଆଗରେ କହିଲେ ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତମାନେ । ତେବେ ପିଡିତାଙ୍କ ବାପା ଏସମ୍ପର୍କରେ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଆଧାରରେ ତିନିଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Share

Leave a Reply

Your email address will not be published. Required fields are marked *

4 × four =