ତିନି ସେନା ଏକ ଟିମ୍ ଭାବରେ କାର୍ୟ୍ୟ କରିବେ

ନୂଆଦିଲ୍ଲୀ() ନୂଆବର୍ଷର ପ୍ରଥମ ଦିନରେ ଦେଶର ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ବିପିନ ରାଓ୍ୱତ। ଗତକାଲି ସେ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିଲେ।ବିପିନ ରାଓ୍ୱତ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଏହି ଅବସରରେ ସେ କହିଛନ୍ତି ଯେ, ମୁଁ ତିନି ସେନାକୁ ଏକଜୁଟ କରି ରଖିବା ପାଇଁ ଚେଷ୍ଟା କରିବି। ତିନି ସେନା ଏକ ଟିମ୍ ଭାବରେ କାର୍ୟ୍ୟ କରିବେ। ସେନା ରାଜନୀତି ଠାରୁ ଦୂରରେ ରୁହେ। ସରକାରଙ୍କ ଆଦେଶରେ ସେନା କାମ କରେ। ତିନି ସେନା ପାଇଁ ମୋର ବ୍ୟବହାର ଏକଭଳି ରହିବ।

ସ୍ଥଳ,ବାୟୁ ଓ ନୌ ସେନାକୁ ଏକତ୍ର ମିଶାଇ ସିଡିଏସ ପଦ ସୃଷ୍ଟି କରାଯାଇଛି । ୩୧ ମାର୍ଚ୍ଚ ୨୦୨୩ ପର୍ୟ୍ୟନ୍ତ ସେ ଏହି ପଦରେ ରହିବେ । ତାଙ୍କ ଶପଥଗ୍ରହଣ ଉତ୍ସବରେ ତିନି ସେନାର ମୁଖ୍ୟ ଉପସ୍ଥିତ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + 9 =