ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଂଜୁର ହୋଇଛି । ୧୭ ଜଣଙ୍କ ମଧ୍ୟରେ ଗଂଜାମରୁ ୭, ଭୁବନେଶ୍ୱରରୁ ୪, ବଲାଙ୍ଗୀରରୁ ୩, କଳାହାଣ୍ଡିରୁ ଜଣେ, ଯାଜପୁର ଜିଲ୍ଲାର ୨ ସାମ୍ବାଦିକ ରହିଛନ୍ତି ।

ଦେଶ ଓ ରାଜ୍ୟ ଆଜି କରୋନା ସହ ଯୁଦ୍ଧ କରୁଥିବା ବେଳେ ସେଥି ମଧ୍ୟରୁ ଲୋକଙ୍କୁ ସଚେତନତା କରାଇବାରେ ପଛଘୁଞ୍ଚା ଦେଉନାହାନ୍ତି ସାମ୍ବାଦିକ । ପ୍ରତ୍ୟକଟି ମୁହୂର୍ତ୍ତରେ ଲୋକଙ୍କୁ ସଚେତନତା କରାଇବା ସହ ଟିକିନିଖ୍ ଖବର ଦେବାରେ ଆଗଧାଡିରେ ସାମ୍ବାଦିକ । ହେଲେ ଏଇ ମାରାତ୍ମକ ଭାଇରସ୍ ର ପଞ୍ଝାରେ ପଡିଗଲେ ଯୁବ ସାମ୍ବାଦିକ । ନିଜେ ଟିକ୍ ନିକ୍ ଖବର ଦେବାରେ ସଚେତନତା କରୁ କରୁ ଆଜି ନିଜେ ଖବର ପାଲଟି ଯାଇଛନ୍ତି । କରୋନା ଯୁଦ୍ଧରେ ହାରିଗଲେ ସାମ୍ୱାଦିକ ଗୋବିନ୍ଦ ବେହେରା ।

ନ୍ୟୁଜ୍ ୬ କୁକୁଡ଼ାଖଣ୍ଡି ବ୍ଲକ୍ ପ୍ରତିନିଧି ଗୋବିନ୍ଦ ବେହେରାଙ୍କ କୋରୋନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ପଚିଶି ବର୍ଷ ହୋଇଥିଲା । ଗତ କିଛିଦିନ ହବ ସେ କରୋନା ରେ ଆକ୍ରାନ୍ତ ଥିଲେ । ହସ୍ପିଟାଲ୍ ରେ ଚିକିତ୍ସା ଦିନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ମହାମାରୀ କରୋନା ବର୍ତ୍ତମାନ ପରିସ୍ଥିତିରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି କରିବାରେ ଲାଗିଛି । ଗତ ତିନି ଦିନରେ କରୋନାରେ ଗଲାଣି ଗଞ୍ଜାମ ଜିଲ୍ଲାର ଚାରି ଜଣ କାର‌୍ୟ୍ୟରତ ସାମ୍ୱାଦିକଙ୍କ ଜୀବନ ।

ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଚିକିଟି ଓ କୁକୁଡାଖଣ୍ଡି ବ୍ଲକର ଦୁଇ ଜଣ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ମନୋଜ କୁମାର ସାହୁ ଓ ଗୋବିନ୍ଦ ବେହେରା ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି । ଚିକିଟିର ନୀତିଦିନ ଖବର କାଗଜର ସାମ୍ବାଦିକ ମନୋଜ ଗତ ଦୁଇ ଦିନ ତଳେ ଅକ୍ସିଜେନ୍ କମ୍ ରହିଥିବା ଯୋଗୁଁ ବ୍ରହ୍ମପୁର ଏମ୍.କେ.ସି.ଜି ର କୋଭିଡ ହସପିଟାଲରେ ଭର୍ତ୍ତୀ ହୋଇଥିବା ବେଳେ ଗୋବିନ୍ଦ ବେହେରା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କୋରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଏହି ଦୁଇ ଯୋଦ୍ଧା କୋରୋନା ଯୁଦ୍ଧରେ ହାରିଯାଇଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ବରିଷ୍ଠ ସାମ୍ୱାଦିକ କରୁଣାକର ସାହୁ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଭର୍ତ୍ତୀ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଓଡିଶା ଫାଇଲସ ୱେବ ମିଡିଆର ସମ୍ପାଦକ ନରେଶ ବେହେରା ଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ସେ ଛତ୍ରପୁର ଅଞ୍ଚଳର ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ର ଦ୍ୱିତୀୟ ଲହରୀ ଦିନକୁ ଦିନ ବହୁ ମାତ୍ରାରେ ସଂଙ୍କ୍ରମିତ ହେଉଥିବା ବେଳେ ଆଗଧାଡିରେ କାର‌୍ୟ୍ୟ କରିଆସୁଥିବା ଗଣମାଧ୍ୟମ ପ୍ରତିନିଧି ଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।



Share

Leave a Reply

Your email address will not be published. Required fields are marked *

seventeen − 2 =