ବିବାହ ପରେ ପ୍ରଥମ ଝଲକ

ଯୋଧପୁର ଉମେଦ ଭବନରେ ଗତକାଲି ହିନ୍ଦୁ ରୀତି ନୀତି ଅନୁଯାୟୀ ଏହି ଦେଶୀ ଗାର୍ଲ ଓ ବିଦେଶୀ ବଏଙ୍କର ବିବାହ ହୋଇଥିଲା । ପୂର୍ବ ଦିନ ଉଭୟ ଖ୍ରୀଷ୍ଟିଆନ୍ ଧର୍ମ ଅନୁସାରେ ବାହା ହୋଇଥିଲେ । ବଲିଉଡ୍ର ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ । ବରବଧୂ ଆଜି ସେଠାରୁ ଫେରିଛନ୍ତି । ଫେରିବା ବେଳେ ସେମାନଙ୍କୁ ସାଧାରଣ ଲୋକେ ଓ ଫ୍ୟାନ୍ମାନେ ଶୁଭେଚ୍ଛା ଜଣାଇଥିଲେ ।
ସେତେବେଳେ ପ୍ରିୟଙ୍କା ସବୁଜ ରଙ୍ଗର ଏକ ନେଟ୍ ଶାଢ଼ୀ ପିନ୍ଧିଥିଲେ । ହ୍ୟାଣ୍ଡସମ୍ ନିକ୍ ପିନ୍ଧିଥିଲେ ଖାକି ରଙ୍ଗର ପୋଷାକ । ପ୍ରିୟଙ୍କାଙ୍କ ହାତରେ ମେହେନ୍ଦି ଓ ସିନ୍ଥିରେ ଥିଲା ନିକ୍ଙ୍କ ନାଁର ସିନ୍ଦୂର । ଦୁହେଁ ଫଟୋଗ୍ରାଫରଙ୍କୁ ପୋଜ୍ ମଧ୍ୟ ଦେଇଥିଲେ । ସେମାନେ ଯୋଧପୁର ବିମାନ ବନ୍ଦରରେ ପହଞ୍ଚିବା ସେମାନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା । ପ୍ରିୟଙ୍କା ଓ ନିକ୍ଙ୍କ ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଥିଲେ । ବୟସରେ ପ୍ରିୟଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ଼ । ପେସାରେ ଜଣେ ଗାୟକ ନିକ୍ଙ୍କୁ ୨୬ ବର୍ଷ ଏବଂ ବଲିଉଡ୍ ଷ୍ଟାର ପ୍ରିୟଙ୍କାଙ୍କୁ ୩୬ ବର୍ଷ ବୟସ ।

Share

Leave a Reply

Your email address will not be published. Required fields are marked *

16 − 3 =