ବିପର୍ଯ୍ୟୟ ମୁକାବିଲାରେ ଓଡିଶା ରୋଲ ମଡେଲ

ଭୁବନେଶ୍ବର () ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରା ବିଶ୍ବରେ ପାଲଟିଛି ରୋଲ ମଡେଲ । ୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଶିକ୍ଷା ଗ୍ରହଣ କରି ବିଗତ ବର୍ଷମାନଙ୍କରେ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ସରକାର । ଏଥିପାଇଁ ଓଡିଶା ବିଶ୍ବ ଦରବାରରେ ଏପରିକି ୟୁନାଇଟେଡ ନେସନସ୍ ଦ୍ବାରା ମଧ୍ୟ ପ୍ରଶଂସିତ ମଧ୍ୟ ହୋଇଛି ।

୧୯୯୯ ମହାବାତ୍ୟା ସମୟରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆଦୌ ପ୍ରସ୍ତୁତ ନଥିଲା । ଯାହାର ଫଳସ୍ବରୂପ ୧୦ହଜାରରୁ ଅଧିକ ଲୋକଙ୍କ ଜୀବନହାନୀ ହୋଇଥିଲା । ମହାବାତ୍ୟାର ବିଭିଷିକାରୁ ଶିକ୍ଷାଗ୍ରହଣ କରିବା ସହ ଗତ ୨୦ ବର୍ଷ ଧରି ସରକାରଙ୍କ ସକରାତ୍ମକ ପଦକ୍ଷେପ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ପ୍ରୟାସ ଏବଂ ସିଭିଲ ସୋସାଇଟିର ସହଯୋଗରେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ଅଭିନବ ପ୍ରୟାସ କରାଚାଲିଛନ୍ତି । ଏଭିତରେ ରାଜ୍ୟ ସରକାର ୨୦ଟି ଓଡିଶା ବିପର୍ଯ୍ୟୟ ତ୍ବରିତ ଆକ୍ସନ ଫୋର୍ସ ବା ଓଡ୍ରାଫ ୟୁନିଟ ଗଠନ କରାଯାଇଛି । ବିପର୍ଯ୍ୟୟ ସମୟରେ ଓଡ୍ରାଫ ଟିମ ପ୍ରଶାସନକୁ ଲୋକଙ୍କ ଉଦ୍ଧାର ଓ ମରାମତି କାର୍ଯ୍ୟରେ ସହଯୋଗ କରିଥାଏ  ।

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ନିଜର ଦକ୍ଷତା ୨୦୧୩ ଫାଇଲିନ ସମୟରେ ଦେଖାଇଥିଲେ । ଫାଇଲିନ ପୂର୍ବରୁ ମାତ୍ର ୪୮ ଘଣ୍ଟାରେ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଥିଲେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏତେ ବଡ ସ୍ଥାନାନ୍ତର କରିବାରେ ଓଡିଶା ବିଶ୍ବସ୍ତରରେ ରେକର୍ଡ ସୃଷ୍ଟି କରିଥିଲା । ପ୍ରାକ ପ୍ରସ୍ତୁତି ଓ ଲୋକଙ୍କ ସ୍ଥାନାନ୍ତର ଦ୍ବାରା ଫାଇଲିନରେ ମାତ୍ର ୨୧ ଜଣ ଲୋକଙ୍କ ଜୀବନହାନୀ ହୋଇଥିଲା । ସେହିପରି ଆଗୁଆ ସତର୍କତାମୂଳକ ପଦକ୍ଷେପ ଯୋଗୁ ତା ପରବର୍ଷ ହୁଡହୁଡରେ ମାତ୍ର ୨ଜଣଙ୍କ ଜୀବନହାନୀ ହୋଇଥିଲା । ମହାବାତ୍ୟା ପରେ ଏହିଦୁଇଟି ବଡ ବାତ୍ୟାରେ ପୁଣି ଥରେ ଉପକୂଳ ଓଡିଶାର ଅର୍ଥନୀତିକୁ ଦୋହଲାଇ ଦେଇଥିଲା । କିନ୍ତୁ ପ୍ରାକ ମୁକାବିଲା ପ୍ରସ୍ତୁତି ଯୋଗୁ ଜୀବନହାନୀକୁ ବହୁମାତ୍ରାରେ ହ୍ରାସ କରାଯାଇପାରିଥିଲା ।

ବିଶ୍ବସ୍ତରରେ ପ୍ରଥମ ଥର ପାଇଁ ଓଡିଶା ସରକାର ୧୯୯୯ରେ  ପ୍ରତିଷ୍ଠା କଲେ ଓଡିଶା ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ । ପ୍ରାଧିକରଣ ଗଠନର ପ୍ରାୟ ୬ ବର୍ଷ ପରେ ଅର୍ଥାତ୨୦୦୫ରେ ଆସିଥିଲା ଓଡିଶା ବିପର୍ଯ୍ୟୟ ପରିଚାଳନା ଆଇନ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ ଗଠନ ହୋଇଥିଲା ୨୦୦୧ରେ । ସେତେବେଳକୁ ଓଡିଶା ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ କାର୍ଯ୍ୟକ୍ଷମ ହୋଇସାରିଥିଲା । ଏବେ ସୁଦ୍ଧା ଓଡିଶା ଭିନ୍ନ ଆସାମ, ବିହାର ଓ ଗୁଜୁରାଟରେ ଗଠନ ହୋଇଛି ସ୍ବୟଂଚାଳିତ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ । ଅନ୍ୟ ରାଜ୍ୟଗୁଡିରେ ଏହି ପ୍ରାଧିକରଣ ଏବେ ବି ରାଜସ୍ବ ବିଭାଗ ଅଧିନରେ ପରିଚାଳିତ ହେଉଛି ।

ରାଜ୍ୟର ବିଭିନ୍ନ ଦୁର୍ବିପାକ ପ୍ରବଣ ଅଂଚଳରେ ପ୍ରାୟ ୮୦୦ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ । ଏହିସବୁ ଆଶ୍ରୟସ୍ଥଳୀଗୁଡିକର ଡିଜାଇନ ଆଇଆଇଟି ଖଡଗପୁର ଦ୍ବାରା ପ୍ରସ୍ତୁତ ହୋଇଛି । ଓଡିଶାର ଏହି ବହୁମୁଖୀ ଆଶ୍ରୟସ୍ଥଳୀର ଡିଜାଇନକୁ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟଗୁଡିକ ଏହାକୁ କାର୍ଯ୍ୟକାରୀ କରିବାକୁ ବିଶ୍ବବ୍ୟାଙ୍କ ମଧ୍ୟ ପରାମର୍ଶ ଦେଇଛି । ବିପର୍ଯ୍ୟୟ ପ୍ରବଣ ଅଂଚଳରେ ବାତ୍ୟା ପରିଚାଳନା କେନ୍ଦ୍ରମାନ ପ୍ରତିଷ୍ଟା କରାଯାଇଛି । ଏହିସବୁ କେନ୍ଦ୍ରଗୁଡିକ ସ୍ଥାନୀୟ ସରପଂଚଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ପ୍ରତି କେନ୍ଦ୍ରରେ ଯୁବ ସ୍ବେଚ୍ଛାସେବୀଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯିବା ସହ ସବୁ କେନ୍ଦ୍ରକୁ ଆବଶ୍ୟକ ଉପକରଣ ମଧ୍ୟ ଯୋଗଇ ଦିଆଯାଇଛି । ଏଭିତରେ ରାଜ୍ୟ ସରକାର ୨୦ଟି ଓଡ୍ରାଫ ଟିମ ଗଠନ କରିଛନ୍ତି । ଏହି ଟିମର ସଦସ୍ୟମାନେ ସବୁ ପ୍ରକାର ବିପର୍ଯ୍ୟୟ ମୁକାବିଲା ସରଂଜାମରେ ସଜ୍ଜିତ ହୋଇଥିବା ବେଳେ ସେମାନେ ବାତ୍ୟା, ବନ୍ୟା, କୋଠା ଭୁଷୁଡିବା ଭଳି ବିପର୍ଯ୍ୟୟ ସାଙ୍ଗକୁ ଆଣିବିକ ଓ ଜୈବିକ ବିପର୍ଯ୍ୟୟ ମୁକାବିଲା ପାଇଁ ସକ୍ଷମ ।

ରାଜ୍ୟ ସରକାରଙ୍କ ଏହିସବୁ ତାଲିମ ଓଡିଶା ପୋଲିସ ଦ୍ବାରା ପ୍ରଦାନ କରାଯାଉଛି । ହାତରେ ଲାଠି ଓ ବନ୍ଧୁକ ଧରୁଥିବା ପୋଲିସ ଅଧିକାରୀମାନେ ଏବେ ବିପର୍ଯ୍ୟୟ ସମୟରେ ଯନ୍ତ୍ରଚାଳିତ କରତ, ଲାଇଟ ଓ ରବର ବୋଟ ଧରି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି । ଏଭିତରେ ରାଜ୍ୟ ସରକାର ଗୋଠପାଟଣା ଠାରେ ୧୭ଏକର ଜମିରେ ୪୯ କୋଟି ଟଙ୍କା ବ୍ୟୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବାକୁ ନିଷ୍ପ ି ନେଇଛନ୍ତି । ଏଠାରେ ପୋଲିସ, ଅଗ୍ନିଶମ, ଓଡ୍ରାଫ ଏବଂ ବିପର୍ଯ୍ୟୟ ପ୍ରବଣ ଅ ଳର ଯୁବକଙ୍କୁ ରିଲିଫ ଓ ଉଦ୍ଧାର ସଂପର୍କିତ ତାଲିମ ପ୍ରଦାନ କରାଯିବ ।

ଏଥିସହିତ ଗୋପାଳପୁର ଓ ପାରାଦ୍ବୀପ ଢାଞ୍ଚାରେ ବାଲେଶ୍ବର ଓ ସମ୍ବଲପୁରରେ ମଧ୍ୟ ଡପଲର ରାଡାର କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାଦ୍ବାରା ବତ୍ୟା ସଂପର୍କିତ ସୂଚନା ଆଗୁଆ ପ୍ରଦାନ କରାଯାଇପାରିବ । ଏବେ ରାଜ୍ୟ ସରକାର ପ୍ରାକ ବିପର୍ଯ୍ୟୟ ସତର୍କତା ସୂଚନା ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଏହାଦ୍ୱାରା ୪୮୦ କିଲୋମିଟର ଲମ୍ବା ଓଡିଶା ଉପକୂଳରେ ଏକାସାଙ୍ଗେ ୧୨୨ଟି ଓାର୍ଣ୍ଣିଂ ସେ ରରେ ସତର୍କତ ସାଇରନ ବଜାଇ ଲୋକଙ୍କୁ ଆଲର୍ଟ କରାଯିବ । ଏତେସବୁ ପ୍ରସ୍ତୁତି ସେତ୍ତ୍ବେ ବି ଆମେ କହି ପାରିବାନାହିଁ ଯେ, ସବୁ ପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ପାଣିପାଗ ପରିବ ର୍ନ ଯୋଗୁଁ ବିପର୍ଯ୍ୟୟର ହାର ଏବଂ ପ୍ରକୃତିରେ ମଧ୍ୟ ପରିବ ର୍ନ ହେଉଛି । ତେଣୁ ଅନ୍ୟ ଅର୍ଥରେ କହିବାକୁ ଗଲେ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଏକ ନିୟମିତ ପ୍ରକ୍ରିୟା, ଏବଂ ରାଜ୍ୟ ସରକାର ଏଦିଗରେ କ୍ରମାଗତ ଭାବେ ପରୀକ୍ଷା ନିରିକ୍ଷା କରିଚାଲିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − eight =