୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା

ମୟୂରଭଞ୍ଜ ଜିଲାରେ ପ୍ରଥମ ଥର ପାଇଁ ୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଭାଗୀୟ ସ୍ବୀକୃତି ପାଇଛି। ଠାକୁରମୁଣ୍ଡା ବ୍ଲକ୍‌ର ଭଳିଆଡ଼ାଳ ପଞ୍ଚାୟତରେ ୪ ଗ୍ରାମ ଅବସ୍ଥିତ। ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ରାଜସ୍ବ ପରିଷଦ କଟକଙ୍କ ପତ୍ର ସଂଖ୍ୟା ଭିଆଇ,୧୦/୨୦୧୮ ୭୭୬/ଏଲଆର ଏବଂ ଏସ୍‌ ୭ ଫେବୃୟାରୀ ୨୦୨୩ ରିଖରେ ଉପରୋକ୍ତ ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି ବୋଲି ମୟୂରଭଞ୍ଜ ଜିଲାପାଳଙ୍କୁ ଅବଗତ କରିଛନ୍ତି l
ଜଙ୍ଗଲ ଅଧିକାର ଆଇନ ୨୦୦୬ ଆସିବା ପରେ ୨୦୧୪ରେ ଭାଲିଆଡ଼ାଳ ପଞ୍ଚାୟତର ଜାମୁବଣି, ବଉଳା, ଝରଝରୀ ଓ ଅଶୁରଖାଲ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଆବେଦନ କରିଥିଲେ। ସ୍ବେଚ୍ଛାସେବୀ ସଂଗଠନ ଆରସିଡ଼ିସି ଏହି ପ୍ରକ୍ରିୟାକୁ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଜାରି ରଖିଥିଲେ। ଏଥିସହ ତତ୍କାଳୀନ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଃଖବନ୍ଧୁ ନାଏକ ଏବେର ଅତିରିକ୍ତ ଜିଲାପାଳ ଯାଜପୁର, ତହସିଲଦାର ଦିନମଣୀ ନାୟକ ଆଜିର ଫୁଲବାଣୀ ତହସିଲଦାର, ପ୍ରଦ୍ୟୁମ୍ନ ନାୟକ ଏବେ ବିଡ଼ିଓ ବ୍ରହ୍ମଗିରି ଓ ସେତେବେଳର ଉପ ଜିଲାପାଳ ଦେବେଶ ବିଶ୍ୱାଳ ପ୍ରମୁଖ ବିଶେଷ ଗୁରୁତ୍ୱ ଦେଇ ପ୍ରକ୍ରିୟା ତ୍ୱରାନ୍ବିତ କରିଥିଲେ। ବିଡ଼ମ୍ବନା ସରକାରୀ ଫାଇଲ ଚାଷ ବିଳମ୍ବ ହେତୁ ୨୦୨୩ ମସିହାରେ ଏହା ଅନୁମୋଦନ ପାଇଲା। ବିଶେଷ କରି ତତ୍କାଳୀନ ସରପଞ୍ଚ ପ୍ରଭାସିନି ହେମ୍ବ୍ରମ ଓ ଏବେକାର ସରପଞ୍ଚ ଜାହ୍ନବୀ ସୟଙ୍କ ନେତୃତ୍ୱରେ ଅନେକ ଦାବି ଦରଖାସ୍ତ ଗୁଡ଼ିକୁ ଦେବା ସମ୍ଭବ ହୋଇଥିଲା। ଏଥିପାଇଁ ସରପଞ୍ଚ ସୟ ଓ ଆର୍‌ସିଡ଼ିସି ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠୀ, ରାଜସ୍ବ, ବନ ବିଭାଗ, ମଙ୍ଗଳ ବିଭାଗ, ସାମାଜିକ ଗଣମାଧ୍ୟମ, ବର୍ତ୍ତମାନ ତହସିଲଦାର ଠାକୁରମୁଣ୍ଡା ସୁଶ୍ରୀ ସୁପ୍ରିୟା ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

2 × 2 =