ସାଂସଦ ହାତପାଣ୍ଠି ଖର୍ଚ୍ଚ ହୋଇନପାରିବାର କାରଣ ପ୍ରଶାସନିକ ଅଧିକାରୀ

ଭୁବନେଶ୍ବର () ଆଉ ମାତ୍ର ମାସ କେଇଟା ପରେ ସାଧାରଣ ନିର୍ବାଚନ  । କିନ୍ତୁ ରାଜ୍ୟର ସାଂସଦମାନେ ସେମାନଙ୍କ ହାତପାଣ୍ଠି ଖର୍ଚ୍ଚ କରିପାରିନାହାଁନ୍ତି । ହାତପାଣ୍ଠି ଖର୍ଚ୍ଚରେ ସବୁଠାରୁ ଆଗରେ ଅଛନ୍ତି କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରି  । କିନ୍ତୁ ପାଣ୍ଠି ଖର୍ଚ୍ଚରେ ସବୁଠାରୁ ପଛରେ ଅଛନ୍ତି କୋରାପୁଟ ସାଂସଦ ଝିନ୍ନ ହିକକା  । ହାତପାଣ୍ଠି ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୋଇନପାରିବା ନେଇ ଅର୍ଥ ମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।

କେନ୍ଦ୍ର ପରିସଂଖ୍ୟାନ ଓ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ, କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରି ସର୍ବାଧିକ 93.58 ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଝିନ୍ନ ହିକକା ସର୍ବନିମ୍ନ 56.64 ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ବରଗଡ ସାଂସଦ ପ୍ରଭାସ କୁମାର ସିଂହ 89.30 ପ୍ରତିଶତ, ମୟୁରଭଂଜ ସାଂସଦ ରାମଚନ୍ଦ୍ର ହାଂସଦା 84.61 ପ୍ରତିଶତ, ଜଗତସିଂହପୁର ସାଂସଦ କୂଳମଣି ସାମଲ 82.64 ପ୍ରତିଶତ, କନ୍ଧମାଳ ସାସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ 75.45 ପ୍ରତିଶତ, ଆସିକା ସାଂସଦ ଲଡୁ କିଶୋର ସ୍ବାଇଁ 75.19 ପ୍ରତିଶତ, କଟକ ସାଂସଦ ଭର୍ତ୍ତୃହରି ମହତାବ 74.27 ପ୍ରତିଶତ, ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ 73.43 ପ୍ରତିଶତ, ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ 70.48 ପ୍ରତିଶତ, ଯାଜପୁର ସାଂସଦ ରୀତା ତରାଇ 69.97 ପ୍ରତିଶତ, କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା 69.35 ପ୍ରତିଶତ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ 68.99 ପ୍ରତିଶତ, ବାଲେଶ୍ବର ସାଂସଦ ରବିନ୍ଦ୍ର ଜେନା 68.86 ପ୍ରତିଶତ ଓ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ 67.96 ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ହାତପାଣ୍ଠିରୁ ସାଂସଦମାନେ 91 କୋଟି 32 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିନାହାଁନ୍ତି ।

ଏଥିପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ବିରୋଧୀ ଦଳ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିବା ସହ ସାଂସଦଙ୍କ ଇଚ୍ଛାଶକ୍ତିକୁ ମଧ୍ୟ ସମପରିମାଣରେ ଦାୟୀ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 1 =