ମୋଦି ରାମ, ଧର୍ମେନ୍ଦ୍ର ହନୁମାନ

ଭୁବନେଶ୍ୱର () ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ବିଜେପି ନେତାମାନେ ଏବେ ନିଜଠାରେ ରାମାୟଣ ଚରିତ୍ରକୁ ଦେଖିବା ଆରମ୍ଭ କଲେଣି । ବିଜେପି ନେତାଙ୍କ ଚିନ୍ତାଧାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୟଂ ରାମଚନ୍ଦ୍ର ଓ ନିଜେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭକ୍ତ ହନୁମାନ ।

ତେଣୁ ରାଜ୍ୟର ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ପେଟ୍ରୋଲ ଦର ବୃଦ୍ଧି କଥା ଉଠାଇଲେ ଚିଇଁକି ଉଠୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଗତକାଲି ବାଲେଶ୍ୱରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲ ଦର କଥାରେ ରାଗିଯାଇଥିଲେ । ଖୋଲା ସଭାରେ କହିଥିଲେ ଯେ, ପେଟ୍ରୋଲ ଦର କଥା ଉଠେଇଲେ ଭୁବନେଶ୍ୱରରେ ବହୁ ନେତାଙ୍କ ଅସୁବିଧା ହୋଇଯିବ । ସେ ହେଉଛନ୍ତି ମୋଦିଙ୍କ ହନୁମାନ । ତାଙ୍କ ଲାଞ୍ଜରେ ନିଆଁ ଲଗାଇଲେ ବହୁ ଅସୁବିଧା ହବ ।

ସଭାରେ ସାଧାରଣ ଜନତା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଦର ବୃଦ୍ଧିର କାରଣ ଓ ସମାଧାନ କଥା ପଚାରିଥିଲେ । କାରଣ ପେଟ୍ରୋଲ ଦରବୃଦ୍ଧି ସମସ୍ତଙ୍କୁ ବାଧୁଛି । କେନ୍ଦ୍ରମନ୍ତ୍ରୀ ନିଜ ବିଭାଗ ସମ୍ପର୍କିତ ପ୍ରଶ୍ନ ଶୁଣିବାକୁ କାହିଁକି ନାରାଜ । ନା ସାଧାରଣ ଲୋକ ଏହି କଥା ଉଠାଇବାର ଅଧିକାର ନାହିଁ । ସାଧାରଣ ଲୋକ ବୁଝିବା ଭଳି ଉତ୍ତର ଦେବା ପରିବର୍ତ୍ତେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ରାଜନୈତିକ ଧମକ ଦେବା କଣ ସୌଜନ୍ୟତା । ଏଭଳି ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ନିଜ ଅହଂକାରର ପରିଚୟ ଦେଇଛନ୍ତି ବୋଲି ବିଜେଡି ନେତାମାନେ କହିଛନ୍ତି । ସେପଟେ କଂଗ୍ରେସ ବି ସେହି ଢଙ୍ଗରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛି ।

ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାଇ, ଧର୍ମେନ୍ଦ୍ର ପ୍ରଧାନ ଆଉ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ସେ ତାଙ୍କ ଭାଷଣରେ ମୋଦୀଙ୍କୁ ରାମଚନ୍ଦ୍ର, ନିଜକୁ ତାଙ୍କ ଏକାନ୍ତ ଭକ୍ତ ଅର୍ଥାତ ହନୁମାନ ସହ ତୁଳନା କରିଛନ୍ତି  । ଆଉ ନବୀନ ପଟ୍ଟନାୟକ ବେତୃତ୍ବାଧୀନ ବିଜେଡି ସରକାରକୁ ଲଙ୍କା ସହ ତୁଳନା କରିଛନ୍ତି । ଜଳିଦେବୀ ଅର୍ଥ ନବୀନ ସରକରକୁ ଜଲିଦେବେ ।

 

Share

Leave a Reply

Your email address will not be published. Required fields are marked *

13 + seven =