ପରଦାକୁ ଆସିଲା ‘ହାପି ଫିର୍ ଭାଗ ଜାଏଗି’

ମୁମ୍ବାଇ: ଶୁକ୍ରବାର ମୁକ୍ତିଲାଭ କରିଛି ବଲିଉଡ୍ କମେଡି ଫିଲ୍ମ ‘ହାପି ଫିର୍ ଭାଗ ଜାଏଗି’ । ଫିଲ୍ମଟି ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ହାପି ଭାଗ ଜାଏଗିର ସିକ୍ୱେଲ୍ । ଏଥର ହରପିତ୍ ବା ହାପି ଚରିତ୍ରରେ ନଜର ଆସିଛନ୍ତି ବଲିଉଡ୍ ସୁନ୍ଦରୀ ସୋନାକ୍ଷୀ ସିହ୍ନା । ଅଭିନେତ୍ରୀ ଡାଏନା ପେଂଟି ପ୍ରଥମ ଭାଗରେ ହାପି ଚରିତ୍ରରେ ନଜର ଆସିଥିବାବେଳେ ଏଥର ସୋନାକ୍ଷୀ ସିହ୍ନାଙ୍କର ଏଂଟ୍ରି ହୋଇଛି । ଆଉ ଦୁଇ ଦୁଇ ଜଣ ହାପିଙ୍କୁ ନେଇ କାହାଣୀରେ ରହିଛି ଢେର୍ କନ୍ଫ୍ୟୁଜନ୍ । ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତିତ ପଂଜାବି ଷ୍ଟାର ଜଶି ଗିଲଙ୍କର ମଧ୍ୟ ଅଭିନୟ ସ୍ଥାନ ପାଇଛି ।ଏହାଛଡା ପ୍ରଥମ ଭାଗରେ ନଜର ଆସିଥିବା ଅଭିନେତା ଜିମି ସରଗିଲ୍, ପିୟୁଶ୍ ମିଶ୍ରା, ଡାଏନା ପେଂଟି ଏବଂ ଅଲ୍ଲି ଫୈଜଲଙ୍କୁ ଦେଖିବାକୁ ମିଳିଛି ଏହି ସିକ୍ୱେଲ୍ ସିନେମାରେ । ଏମାନଙ୍କ ବ୍ୟତୀତ ଅପରିକ୍ଷୀତ୍ ଖୁାରାନା, ଦୀପିକା କକ୍କର୍, ଜାଶୋନ୍ ଥାମ୍ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଆନନ୍ଦ ଏଲ୍ ରୟ ଏବଂ କ୍ରିଷିକା ଲୁଲ୍ଲାଙ୍କ ପ୍ରଯୋଜନାରେ ହାପି ଫିର୍ ଭାଗ ଯାଏଗାର ନିର୍ଦ୍ଦେଶନା ଦେଇଛନ୍ତି ମୁଦ୍ଦାଶର୍ ଅଜିଜ୍ । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ସୋହେଲ୍ ସୈନ୍ । ଜବରଦସ୍ତ କାହାଣୀ ସହ ମନଛୁଆଁ ଗୀତ ବି ଶୁଣିବାକୁ ମିଳିଛି ା

Share

Leave a Reply

Your email address will not be published. Required fields are marked *

eight − four =