ଆସନ୍ତା ୨୯ରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର() ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ ପ୍ରଶ୍ନକାଳ ରହିବନି । ରବିବାରରେ ମଧ୍ୟ ଗୃହକାର୍ଯ୍ୟ ଚାଲିବ । ବରିଷ୍ଠ ବିଧାୟକ ଭିଡ଼ିଓ କନଫରେନ୍ସିଂରେ ଗୃହରେ ଯୋଗଦେଇ ପାରିବେ ବୋଲି ସୂଚନା ମିଳିଛି । ମୌସୁମୀ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟାନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଗାନ୍ଧି ଜୟନ୍ତୀକୁ ଛାଡ଼ି ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିବ ।

Share

Leave a Reply

Your email address will not be published. Required fields are marked *

seven + 19 =