ରାଜ୍ୟରେ ୧୦ ହଜାର ପାର୍ ସଂକ୍ରମଣ,୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦,୫୨୧ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୭୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୯୪୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।ସେହିଭଳି ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ରହିଥିବା ସମୟରେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୮୬ଜଣ, ଅନୁଗୋଳରୁ ୩୮୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୪ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୭ଜଣ, ଯାଜପୁର ଜିଲ୍ଲାରୁ ୩୭୩ଜଣ, ବୌଦ୍ଧ ଜିଲ୍ଲାରୁ ୨୫୦ଜଣ, କଟକ ଜିଲ୍ଲାରୁ ୯୬୩ଜଣ, ଦେଓଗଡ଼ ଜିଲ୍ଲାରୁ ୮୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୮ଜଣ, ଗଜପତି ଜିଲ୍ଲାରୁ ୧୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧୪ଜଣ, ବାଲେଶ୍ୱର ଜିଲ୍ଲାରୁ ୯୭ଜଣ, ବରଗଡ଼ ଜିଲ୍ଲାରୁ ୫୪୩ଜଣ, ଭଦ୍ରକ ଜିଲ୍ଲାରୁ ୧୫୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୪ଜଣ ଚିହ୍ନଟ ହୋଇଛନ୍ତି ।  ସେହିଭଳି କୋରାପୁଟ ଜିଲ୍ଲାରୁ ୧୮୨ଜଣ, ମାଲକାନଗିରି ଜିଲ୍ଲାରୁ ୮୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦୪ଜଣ, ନୟାଗଡ଼ ଜିଲ୍ଲାରୁ ୨୨୪ଜଣ, ନୂଆପଡ଼ା ଜିଲ୍ଲାରୁ ୩୦୪ଜଣ, ପୁରୀ ଜିଲ୍ଲାରୁ ୩୧୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୦ଜଣ, କଳାହାଣ୍ଡି ଜିଲ୍ଲାରୁ ୫୭୧ଜଣ, କନ୍ଧମାଳ ଜିଲ୍ଲାରୁ ୭୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୬୦ଜଣ, ସୋନପୁର ଜିଲ୍ଲାରୁ ୧୧୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୨ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + 6 =