ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ମୂଲ୍ୟାୟନ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତ ବର୍ଷ ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବା ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ।

ଏନେଇ ଆଜି ସୁଦ୍ଧା ଦୁଇଟିଯାକ ପରୀକ୍ଷାର ମାର୍କ ଡିଇଓ କିମ୍ବା ମେଣ୍ଟର ସ୍କୁଲରେ ଦାଖଲ କରିବାକୁ ନିର୍ଦ୍ଦେଶ କରଯାଇଛି | ପରିଷଦ ପକ୍ଷରୁ କୁହାଯାଇଛି କି ଦଶମ ଶ୍ରେଣୀର ୪ଟି ଅଭ୍ୟାସ ପରୀକ୍ଷାର ମାର୍କକୁ ବିଚାରକୁ ନିଆଯିବ | ପ୍ରଥମ ଅଭ୍ୟାଷ ପରୀକ୍ଷା ୪୦ ନମ୍ବର ଲେଖାଏଁ ହୋଇଥିଲା, ପରବର୍ତୀ ପରୀକ୍ଷା ୮୦ ମାର୍କ ଲେଖାଏଁ ହୋଇଥିଲା | ସେଥିରେ ଛାତ୍ରଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ଜଣାଇବାକୁ କୁହାଯାଇଛି | ପରୀକ୍ଷାର୍ଥୀଙ୍କ ରୋଲନମ୍ବର ଅନୁସାରେ ବୋର୍ଡ ଦେଇଥିବା ଟାବୁଲେସନ ରେଜିଷ୍ଟରରେ ଚଢାଇବେ ସ୍କୁଲ |

ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ଆଜି ଅର୍ଥାତ୍‌ ମେ’ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Share

Leave a Reply

Your email address will not be published. Required fields are marked *

3 × 5 =