ଶ୍ରୀମନ୍ଦିର କୋଭିଡ ପରିଚାଳନା ବୈଠକ

ପୁରୀ: ଚଳିତ ବର୍ଷ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ବାହାରେ କରାଯିବ କି ନାହିଁ , ସେ ନେଇ ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏନେଇ ନିଷ୍ପତ୍ତି ପରେ ନିଆଯିବ ବୋଲି ପରିଚାଳନା କମିଟି ବୈଠକରେ ସୂଚନା ପ୍ରଦାନ କରାଯାଇଛି ।ଏହି ପରିଚାଳନା ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ବସିଥିଲା।

ସୂଚନା ଅନୁଯାୟୀ, ଚଳିତ ବର୍ଷର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରଣୀରେ ଆୟୋଜନ ହେବ କି ନାହିଁ । ତାହା ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବ । ପୂର୍ବରୁ ପୁରୀ ଜିଲ୍ଲାପାଳ ଏକ ବୈଠକରେ ଏ ନେଇ ସବୁ ପକ୍ଷ ସହ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ଆଜିର ବୈଠକରେ ମୁଖ୍ୟତଃ ସେବାୟତ, ଶ୍ରୀମନ୍ଦିର କର୍ମଚାରୀମାନଙ୍କ ଟିକାକରଣ ସଂପର୍କରେ ଆଲୋଚନା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

ten + four =