କେଜିଏ ୩୨୦ ଗ୍ରାମର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା ପୁଲିସ ଗୁରୁବାର ସଂଧ୍ୟାରେ ଖୋର୍ଦ୍ଧାରୁ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଏସଟିଏଫ ଚଢଉ କରି ଏହି ବ୍ରାଉନସୁଗର ଜବତ କରିଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଏନଡିପିଏସ ଆଇନ,୧୯୮୫ର ଧାରା ୨୧(ସି)/୨୯ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୨୦ ପରଠାରୁ ଏସଟିଏଫ ନିଶାଦ୍ରବ୍ୟ କାରବାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଏପର‌୍ୟ୍ୟନ୍ତ ମୋଟ ୩୬ କିଲୋଗ୍ରାମ ବ୍ରାଉନସୁଗର / ହେରୋଇନ ଏବଂ ୭୪ କ୍ୱିଣ୍ଟାଲ ୩୮ କିଲୋଗ୍ରାମ ଗଞ୍ଜେଇ ଜବତ କରିସାରିଛି। ଏହି ଘଟଣାରେ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ବିଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗର ଏବଂ ଗଞ୍ଜେଇ ଜବତ ହେବା ଘଟଣା ରାଜ୍ୟ ସରକାର ଏବଂ ପୁଲିସର ଚିନ୍ତା ବଢାଇ ଦେଇଛି।

Share

Leave a Reply

Your email address will not be published. Required fields are marked *

three × 3 =