ଉର୍ମିଳା କରୋନା ସଂକ୍ରମିତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଉର୍ମିଳା ଲେଖିଛନ୍ତି ଯେ, ‘‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ମୋ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି ଓ ମୁଁ ନିଜକୁ ଘରେ ସଙ୍ଗରୋଧରେ ରଖିଛି। ମୁଁ ନିବେଦନ କରୁଛି ଯେ ବିଗତ ଦିନମାନଙ୍କରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ନିଜ କରୋନା ପରୀକ୍ଷା କରାଇନିଅନ୍ତୁ। ଏଥିସହ ଦୀପାବଳି ସମୟରେ ସମସ୍ତେ ସାବଧାନତା ଅବଲମ୍ବନ କରନ୍ତୁ, ନିଜର ଯତ୍ନ ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ’’।

Share

Leave a Reply

Your email address will not be published. Required fields are marked *

two × two =