ଗୃହକୁ ୩ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା

ଭୁବନେଶ୍ୱର() ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆଜି ଶୋକପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ କରାଯାଇଛି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ କାର୍ୟ୍ୟକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ପ୍ରକାଶ ଯେ, କରୋନା ଡର ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏମିତି ଆଶା ଆଶଙ୍କାର ବାତାବରଣ ଭିତରେ ବିଧାନସଭା ଆସନ୍ତା ୭ ତାରିଖ ଯାଏଁ ଚାଲିବ । କୋଭିଡ କଟକଣା ଭିତରେ ବିଧାନସଭା ଅଧିବେଶନ ପାଇଁ ଏଥର ବ୍ୟାପକ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ରକ୍ଷା ପାଇଁ ସଭ୍ୟମାନଙ୍କ ଆସନ ବଦଳିଛି । କାଚ ବ୍ୟାରିକେଡ ଲାଗିଛି । ବିଧାନସଭାର କୋଣ ଅନୁକୋଣ ଘନ ଘନ ସାନିଟାଇଜ କରାଯାଇଛି ।

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିବାବେଳେ ଲୋକସେବା ଭବନରେ ମାତ୍ର ୬ ଜଣ ବିଧାୟକ ଉପସ୍ଥିତ ଥିଲେ । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଦିବଂଗତ ନେତା, କୋଭିଡ ଯୋଦ୍ଧା ଓ ସହିଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

nine + 18 =