୧୪ ବର୍ଷର ଝିଅ ୬ ମାସର ଗର୍ଭବତୀ, ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ

ଚେନ୍ନାଇ: ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ଜଣେ ୧୪ ବର୍ଷରୁ ନାବାଳିକା ୬ ମାସର ଗର୍ଭବତୀ । ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୬ଜଣଙ୍କୁ ଗିରଫ କରିଛି । ତାମିଲନାଡ଼ୁର ପୋଲାଚିରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକାଙ୍କ ମାମୁଁ ଥିବା ଜଣା ପଡ଼ିଛି ।

ପୋଲିସ ସୂଚନା ମୁତାବକ, ନାବାଳିକା ଜଣକ ଜଣେ ଏକାଦଶ ଶ୍ରେଣୀର ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ ପ୍ରେମିକ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲା । ଝିଅର ପରିବାର ଲୋକ ଦିନ ମଜୁରିଆ ହୋଇଥିବାରୁ ବାପା ମା କାମକୁ ଯିବା ପରେ ପ୍ରେମିକ ଘରକୁ ଯାଇ ଖରାପ ସମ୍ପର୍କ ରଖୁଥିଲା । ତେବେ ଗତ ଜାନୁୟାରୀ ମାସରେ ପ୍ରେମିକର ୫ଜଣ ସାଙ୍ଗ ସହ ଯାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏକଥା କାହାକୁ ନକହିବା ଲାଗି ତାଗିଦ କରାଯାଇଥିଲା । ତେବେ ଝିଅର ପେଟରେ ଯନ୍ତ୍ରଣା ଅନୁଭବ ହେବା ପରେ ମେଡିକାଲ ନିଆଯାଇଥିଲା । ଡାକ୍ତର କହିଥିଲେ ଯେ ଝିଅ ଗର୍ଭବତୀ । ଏହାପରେ ସବୁସତ ଜଣା ପଡିଥିଲା । ପୋଲିସ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

twelve + twenty =