ବିବାଦର ଅନ୍ୟନାମ ବିଦ୍ୟା !

ଭୁବନେଶ୍ୱର: ବିବାଦରେ ବିଦ୍ୟା । ଏହି ନାମଟି ସବୁବେଳେ ବିବାଦ ଘେରରେ ରହି ଆସୁଛି । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବିବାଦରେ ରହିଥିଲେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ଆଉ ଏବେ ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପତ୍ନୀ ବିଦ୍ୟାଭାରତୀଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠିଛି । ଯାହାକୁ ନେଇ ସେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ବିଦ୍ୟା ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ବିଦ୍ୟା ନାମଟି ହେଉଛି ବିବାଦ । ଏଭଳି କିଛି ୟୁଜର୍ସ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କହି ରଖୁଛୁ କି, ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ବର୍ଷେ ପୁରି ସାରିଥିଲେ ସୁଦ୍ଧା ଏହା ରହସ୍ୟଘେରରେ ରହିଯାଇଛି । ଆତ୍ମହତ୍ୟା ନାଁ ହତ୍ୟା ତାହାର କୌଣସି ସତ୍ୟାସତ୍ୟ ଜଣାପଡ଼ିନାହିଁ । କିନ୍ତୁ ଏଯାବତ ବିଦ୍ୟାଶ୍ରୀଙ୍କୁ ସୋସିଆଲ ମିଡିଆରେ ବହୁ ୟୁଜର୍ସ ଦୋଷୀ ବୋଲି ଆକ୍ଷେପ କରୁଥିବା ମଧ୍ୟ ନଜରକୁ ଆସୁଛି । ସେପଟେ ବିଦ୍ୟାଶ୍ରୀଙ୍କ ଚରିତ୍ରକୁ ନେଇ ଖବର ପ୍ରସାରଣ କରିଥିବା ଏକ ୱେବ ଚ୍ୟାନେଲକୁ ତାଗିଦ କରିବା ଲାଗି ଗତକାଲି ଫେସବୁକ ଲାଇଭ ଆସିଥିଲେ ବିଦ୍ୟା । ଆଉ ସେ ଅନେକ କିଛି କହିଥିଲେ । ତେବେ ବିଦ୍ୟାଶ୍ରୀଙ୍କୁ ବିଦ୍ୟାଭାରତୀଙ୍କ ସହ ଯୋଡ଼ାଯାଉଥିବା ମଧ୍ୟ ସେ ଲାଇଭରେ କହିଛନ୍ତି ।

ଅପରପକ୍ଷରେ ସୌମ୍ୟଙ୍କ ପତ୍ନୀଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ନଜରକୁ ଆସୁଛି । ତାଙ୍କ ଚରିତ୍ର ସଂହାର କରାଯାଉଥିବା ମଧ୍ୟ ସୋସିଆଲ ମିଡିଆରେ ଦେଖାଯାଉଛି । ଆଜି ତାଙ୍କର ଏକ ହାତଲେଖା ଚିଠିକୁ ନେଇ ମଧ୍ୟ ଢ଼େର ସାରା ଚର୍ଚ୍ଚା ହୋଇଛି । ସେପଟେ ନାଲି ପୁଟୁଳିକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ । ସେ କହିଛନ୍ତି ତାହା ଗାମୁଛା ଥିଲା । ମିଛରେ ମୋତେ ବଦନାମ କରାଯାଉଛି । ସମ୍ପତି ହାତେଇବା ଲାଗି ମୁଁ କୌଣସି ଖରାପ କାମ କରିନାହିଁ । ତେବେ ସେ ଯାହାବି ହେଉ , ଦୁଇଜଣ ବିଦ୍ୟାଙ୍କ ସ୍ୱାମୀ ମୃତ୍ୟୁକୁ ନେଇ ଉଭୟଙ୍କ ଉପରେ ସନ୍ଦେହର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବେ ଏହି ଦୁଇ ରହସ୍ୟ ଉପରୁ ପରଦା ହଟିବ ତାଉପରେ ରହିଛି ମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

11 + eleven =