ବିଏମସି ଫେରିଲେ କ୍ରିଷନ

ଭୁବନେଶ୍ୱର () ବିଏମସିକୁ ଫେରିଲେ କ୍ରିଷନ କୁମାର । 2014 ଜାନୁଆରୀ 17 ତାରିଖରେ ନବନିଯୁକ୍ତ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଶନର ପ୍ରଥମ ବୈଠକ ବସିଥିଲା । ଏହିଦୃଷ୍ଟିରୁ ଆଜି ବିଏମସିର କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ ପୌର ପରିଷଦର ସଂରକ୍ଷଣ ସମ୍ପର୍କିତ ବିବାଦ ସୁପ୍ରିମ କୋର୍ଟଙ୍କ ବିଚାରଧୀନ ଥିବାରୁ ନିର୍ବାଚନ ହୋଇପାରିନି ।

କିନ୍ତୁ କର୍ପୋରେସନର କାର୍ଯ୍ୟକାଳ ଶେଷ ହୋଇଯିବାରୁ ରାଜ୍ୟ ସରକାର ଓଡିଶା ମହାନଗର ନିଗମ ଆଇନର ଧାରା 48 ଉପଧାରା 6 ଅନୁଯାୟୀ ସରକାର ପ୍ରଶାସକ ନିଯୁକ୍ତ କରିଛନ୍ତି । ବିଏମସିରେ ଦୀର୍ଘ ଦିନର ଅଭିଜ୍ଞତା ଏବଂ କାର୍ଯ୍ୟ ଦକ୍ଷତାକୁ ଆଧାର କରି ସମବାୟ ସଚିବ କ୍ରିଷନ କୁମାରଙ୍କୁ ପ୍ରଶାସକ ଭାବେ ଅତିରିକ୍ତ ଦାଇତ୍ୱ ଦିଆଯାଇଛି ।

ବିଶ୍ୱକପ ହକି ସମୟରେ ଆୟୋଜିତ ଭୁବନେଶ୍ୱର ଫେଷ୍ଟିଭାଲ ଏବଂ ରାଜଧାନୀର ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟକରଣର ମାଷ୍ଟର ମାଇଣ୍ଡ ହେଉଛନ୍ତି କ୍ରିଷନ । ଏଥିସହ ରାଜଧାନୀକୁ ଏକ ବିଶ୍ୱସ୍ତରୀୟ ସହରରେ ରୂପାନ୍ତରିତ କରିବାକୁ ସେ ନିଜ ସମୟରେ ପ୍ରସ୍ତୁତ କରିଥିଲେ ବ୍ଲୁପ୍ରିଣ୍ଟ । ଜଣେ ଯୁବ, ଦାଇତ୍ୱସମ୍ପନ, ନିଷ୍ଠାବାନ ଏବଂ ଦକ୍ଷ ଅଫିସର ଭାବେ ଜଣାଶୁଣା କ୍ରିଷନଙ୍କ ଉପରେ ଏବେ କାଳିଆ ଯୋଜନାର ଉତ୍ତରଦାଇତ୍ଵ ରହିଛି । ଏବେ ପୁଣି ଥରେ ପରବର୍ତ୍ତୀ କର୍ପୋରେସନ ଗଠନ ପର୍ଯ୍ୟନ୍ତ ସେ ପ୍ରଶାସକ ଦାୟିତ୍ୱରେ ରହିବେ ।

Share

Leave a Reply

Your email address will not be published. Required fields are marked *

13 − five =