୩୬ ପୁଲିସ କରୋନାରେ ଆକ୍ରାନ୍ତ

ରାଜ୍ୟରେ ଆଜି ଚିହ୍ନଟ ୫୪୩ କରୋନା ପଜିଟିଭଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ୫୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ସମ୍ପୃକ୍ତ ୫୨ ଜଣଙ୍କ ମଧ୍ୟରୁ ୩୭ ଜଣ ହେଉଛନ୍ତି କରୋନା ଯୋଦ୍ଧା ।  ୩୭ ଯୋଦ୍ଧାଙ୍କ ମଧ୍ୟରେ ୩୬ ଜଣ ପୁଲିସ କର୍ମଚାରୀ ଓ ଜଣେ ଡାକ୍ତର ଥିବା ଜଣାଯାଇଛି ।   ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ କୋଡିଭ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨୨ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ।  ୨ ଲୋକାଲ କଣ୍ଟାକ୍ଟ ଓ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ତେବେ ଚିହ୍ନଟ ୫୪୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

2 × 2 =