ପୁଣି ଜେଲରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି । ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ ତାଙ୍କୁ ସୋର ମେଡିକାଲକୁ ନିଆଯାଇଥିଲା । କିନ୍ତୁ କଏଦୀଜଣଙ୍କ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସୋର ମେଡ଼ିକାଲରେ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

two + nine =