କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରାପଡା () ମାତ୍ର ଦିନ କେଇଟାରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରସ୍ତୁତ ହେଲା କୋଭିଡ ହସ୍ପିଟାଲ । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସହ ୧୦ଟି ଆଇସିୟୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି କେନ୍ଦ୍ରାପଡାର ଯୁବ ଜିଲ୍ଲାପାଳ ସାମର୍ଥ ବର୍ମା ।

କେନ୍ଦ୍ରାପଡାରେ ଦୁଇଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏହି ଯୁବ ଅଫିସର କରୋନା ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମୀକୁ ସୁଦୃଢ କରିଛନ୍ତି । ତାହା ପୁଣି ଅତି ସୀମିତ ସମୟ ମଧ୍ୟରେ । ଆଇଆଇଟି ଇଂଜିନିୟରରୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସାମର୍ଥ ବର୍ମା ଜଣେ ଅତି ସ୍ୱଳ୍ପଭାଷୀ । ହେଲେ ସାମାଜିକ କଲ୍ୟାଣ କାର୍ଯ୍ୟରେ ବେଶ ଧୁରନ୍ଧର ।

ତାଙ୍କର ଏହି ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । “ସେ ସ୍ୱଳ୍ପ ସମୟ ମଧ୍ୟରେ କେନ୍ଦ୍ରାପଡାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ପ୍ରସ୍ତୁତ କରିପାରିଛନ୍ତି । ଏହାଦ୍ୱାରା କରୋନା ଯୁଦ୍ଧ ଦୃଢୀଭୂତ ହୋଇଛି” । ସମ ହସ୍ପିଟାଲ ପକ୍ଷରୁ ଏଦିଗରେ ସହଯୋଗ ଯୋଗାଇଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦିଆଯାଇଛି ।

ଟ୍ୱିଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଏହି ଯୁବ ଆଇଏଏସ ଅଫିସରଙ୍କୁ ଉତ୍ସାହିତ କରିଛି । ୟୁବ ଅଧିକାରୀମାନଙ୍କୁ ଏଭଳି ପ୍ରଶଂସା ଅଫସରଙ୍କୁ ଅଧିକ ଉତ୍ସାହିତ ହୋଇ କାମ କରିବାକୁ ପେ୍ରାତ୍ସାହିତ କରିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 4 =