ମହଙ୍ଗା ହେଲା ବିଦ୍ୟୁତ୍ ଦର: ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ମହଙ୍ଗା ହେଲା ବିଦ୍ୟୁତ୍ ଦର। ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି। ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି। ଏପ୍ରିଲ ୪ରୁ ଲାଗୁ ହୋଇପାରେ ଏହି ବର୍ଦ୍ଧିତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି।

ସୂଚନା ଅନୁଯାୟୀ, ବିପିଏଲ ଓ ଜନସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ ଅପରିବର୍ତ୍ତିତ ରହିଛି । ସେହିପରି ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି । ତେବେ ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ । ଏପରିକି ଡିଜିଟାଲରେ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ । ତେବେ ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁଁ ଏଣିକି ପ୍ରଥମ ୫୦ ୟୁନିଟ୍‌ରେ ୟୁନିଟ୍ ପିଛା ୩ ଟଙ୍କା, ୫୧ ରୁ ୨୦୦ ୟୁନିଟ୍‌ ମଧ୍ୟରେ ୟୁନିଟ୍ ପିଛା ଦର ୫.୮୦ ଟଙ୍କା, ୪୦୦ ୟୁନିଟ୍‌ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ନିର୍ଦ୍ଧାରିତ କରାଯାଇଛି। ବର୍ଦ୍ଧିତ ଦର ଏପ୍ରିଲ ୪ରୁ ଲାଗୁ ହେବା ନେଇ ସୂଚନା ପ୍ରଦାନ କରା ଯାଇଛି।

Share

Leave a Reply

Your email address will not be published. Required fields are marked *

sixteen − three =