ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କ୍ଯାନସର

ମୁମ୍ବାଇ()ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର । ସେ ବର୍ତ୍ତମାନ ଫୁସ୍‌ଫୁସ୍‌ କର୍କଟ ରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ସୁଚନା ମିଳିଛି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ଖୁବ୍ ଶୀଘ୍ର ଆମେରିକା ଯିବେ।ଏ ସଂପର୍କରେ ସେ ନିଜେ ଟ୍ବିଟ୍‌ କରି ଖବର ଦେଇଛନ୍ତି ।

ସୂଚନା ଅନୁସାରେ, ସଞ୍ଜୟ ଦତ୍ତଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ, ସେ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କରୋନା ସ୍ଥିତି ଚାଲିଥିବାରୁ ତାଙ୍କର ପ୍ରଥମେ କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ମାତ୍ର ଗତକାଲି ‌ତାଙ୍କର କ୍ୟାନସର ହୋଇଥିବା ଜଣାପଡିଛି ।

ତେବେ ଯାହା ଖବର ମିଳିଛି ସଞ୍ଜୟ ଏବେ ଚିକିତ୍ସା ପାଇଁ ସମସ୍ତ ସୁଟିଂକୁ କ୍ଯାନସଲ୍ କରିଦେଇଛନ୍ତି। ଏହାସହ ଦର୍ଶକ ମାନଙ୍କ ପ୍ରେମ ଏବଂ ଶୁଭେଚ୍ଛା ସହିତ ସେ ଶୀଘ୍ର ଭଲ ହୋଇ ଫେରି ଆସିବେ ବୋଲି ଟ୍ୱିଟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

five − 3 =