ଏଣିକି ଡଙ୍ଗାରେ ଲାଇଫ ଜ୍ୟାକେଟ ସହ ରହିବେ ଲାଇଫ ବଏ

ଭୁବନେଶ୍ବର () ଚିଲିକା ଡଙ୍ଗାବୁଡି ଘଟଣା ପରେ ଏବେ ରାଜ୍ୟ ସରକାର ଚିଲିକା ସମେତ ରାଜ୍ୟର ବିଭିନ୍ନ ଜଳାଶ୍ରୟରେ ପର୍ଯ୍ୟଟକଙ୍କ ପାଇଁ ନିୟୋଜିତ ହୋଇଥିବା ଡଙ୍ଗାରେ ଜିପିଏସ ଲଗାଯିବ  । ଏହି ଘଟଣାର ତଦନ୍ତ କରୁଥିବା ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏଭଳି ସୁପାରିଶ କରିଛନ୍ତି  ।ଏହି ସୁପାରିଶ ମୁତାବକ ଚିଲିକା ସମେତ ରାଜ୍ୟର ବିଭିନ୍ନ ଜଳାଶ୍ରୟରେ ପର୍ଯ୍ୟଟକଙ୍କ ପାଇଁ ବ୍ୟବହୃତ ହେଉଥିବା ଡଙ୍ଗାର ସ୍ଥିତି ଏବଂ ପାଣିପାଗ ସଂପର୍କରେ ଆଗୁଆ ସୂଚନା ପାଇଁ ଜିପିଏସର ବ୍ୟବହାର କରିବାକୁ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ  ।

ଚିଲିକାରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଟରେ ଲାଇଫ ଜ୍ୟାକେଟ ରହିଥିଲେ ବି ଯାତ୍ରୀଙ୍କୁ ଦିଆଯାଇଥିଲା  । ଏପରିକି ସଂପୃକ୍ତ ବୋଟରେ କଣା ହୋଇଥିଲା ଏବଂ ତାହାର ଫିଟନେସ ନଥିଲା ବୋଲି କହିଛନ୍ତି ପରିବହନ ମନ୍ତ୍ରୀ  । ଏହି ଦୃଷ୍ଟିରୁ ଏଣିକି ସବୁ ଜଙ୍ଗରେ ଲାଇଫ ଜ୍ୟାକେଟ ସହ ଲାଇପ ବଏ ମଧ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡଙ୍ଗା ଚାଳକ ପାଗ ଖରାପ ସତ୍ତ୍ବେ ଯାତ୍ରୀଙ୍କୁ ଚିଲିକା ମଧ୍ୟକୁ ନେଇଥିବାରୁ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ  । ଚିଲିକା ଏବଂ ଖୋର୍ଦ୍ଧା ଅଂଚଳରେ ସବୁ ଡଙ୍ଗାକୁ ଲାଇଫ ଜ୍ୟାକେଟ ଦିଆଯାଇଛି  । ବିଭିନ୍ନ ଡଙ୍ଗାକୁ 4000 ଲାଇଫ ଜ୍ୟାକେଟ ଦିଆଯାଇଛି  । ବିଭିନ୍ନ ଡଙ୍ଗାକୁ ଲାଇଫ ଜ୍ୟାକେଟ ଓ ଅନ୍ୟାନ ସୁରକ୍ଷା ଉପକରଣ ବାବାଦରେ 95 ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି  । ବଳକା 5 ପ୍ରତିଶତ ଅର୍ଥ ଡଙ୍ଗା ଚାଳକ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି  । ତେବେ ଡଙ୍ଗା ଚାଳକ ଖର୍ଚ୍ଚ କରିବା ସ୍ଥିତିରେ ନଥିଲେ ସରକାର ଶତ ପ୍ରତିଶତ ଖର୍ଚ୍ଚ କରି ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦେବେ  । କିନ୍ତୁ କେତେକ କ୍ଷେତ୍ରରେ ସଚେତନତାର ଅଭାବରୁ ସରୁକ୍ଷା ଉପକରଣର ଉପଯୁକ୍ତ ବ୍ୟବହାର ହେଉନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ  ।

Share

Leave a Reply

Your email address will not be published. Required fields are marked *

5 × two =