ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ, ୨ ଷ୍ଟେସନ ମାଷ୍ଟର ନିଲମ୍ବିତ

ରାୟଗଡା()  ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ।ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି।ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି।

ତେବେ ନିଆଁ ଲାଗିବାପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇପଡିଥିଲେ ବୋଲି ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାଫଳରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ମଧ୍ୟ ପୂର୍ବତଟ ରେଳବାଇ କହିଛି ।

ତେବେ ବର୍ତ୍ତମାନ ଆମ୍ବୁଲାନ୍ସ, ନିଆଁ ଲିଭାଳି ଦଳ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ବଣ ଜଙ୍ଗଲ ଘେରା ଓ ଆଖପାଖରେ କୌଣସି ଜନବସତି ନାହିଁ । ଫଳରେ ଯାତ୍ରୀମାନେ ଅଧିକ ଆତଙ୍କିତ ହୋଇପଡିଛନ୍ତି ।

ଅନ୍ୟପକ୍ଷରେକର୍ତ୍ତବ୍ୟରେ ଅବହେଳା ପାଇଁ ୨ ଷ୍ଟେସନ ମାଷ୍ଟରଙ୍କୁ ସସ୍ପେଣ୍ଡ କରାଯାଇଛି। କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରଯାଇଛି। ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରେଲେଓ୍ବ ସୂତ୍ରରୁ ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

thirteen − ten =