ମୁଖ୍ୟମନ୍ତ୍ରୀଙ୍କ ଫରୱାର୍ଡ ଷ୍ଟ୍ରୋକରେ ବିଜେପିର ଗୋଲ ଟେଣ୍ଡର ଦୁଇ ଫାଳ

ଭୁବନେଶ୍ବର, (ନି.ପ୍ର.): ହକିର ହକ୍ ପାଇଁ ନବୀନ ପଟ୍ଟନାୟକ ଖେଳିଥିବା ଷ୍ଟ୍ରୋକ ବିଜେପିର କ୍ଷେତ୍ର ରକ୍ଷକଙ୍କୁ ଦୁଇ ଫାଳ କରିଦେଇଛି  । ହକିକୁ ଜାତୀୟ କ୍ରିଡା ବୋଲି କୁହାଯାଉଥିଲେ ବି ଏନେଇ ଏଯାଏଁ ବିଜ୍ଞପ୍ତି ପ୍ରକାଶ ପାଇନି  । ଏକଥା ଦେଶର ନାମୀଦାମୀ ହକି ଖେଳାଳି ବେଶ ଭଲଭାବେ ଜାଣିଥିଲେ  । ଏନଡିଏ ଓ ୟୁପିଏ ସରକାର ଅମଳରେ ସଂସଦରେ ଏହି ପ୍ରସଙ୍ଗରେ ଥରେ ଦୁଇଥର ଆଲୋଚନା ହୋଇଛି  । କିନ୍ତୁ ସେ ସମୟରେ ଏହାକୁ ଅଣଦେଖା କରିଦେଇଛନ୍ତି  । ଏବେ ବିଶ୍ବକପ ହକି ପୂର୍ବରୁ ନବୀନଙ୍କ ଫରୱାର୍ଡ ଷ୍ଟ୍ରୋକ ବିଜେପିର ଗୋଲ ଟେଣ୍ଡରକୁ ଦୁଇ ଫାଲ କରିଦେଇଛି  ।

ହକିକୁ ଜାତୀୟ ଖେଳର ମାନ୍ୟତା ପ୍ରଦାନ ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ’ଣ ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ ପ୍ରଶ୍ନ କରିଥିବା ବେଳେ ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସୁନ୍ଦରଗଡ଼ର ବିଧାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ କିନ୍ତୁ ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କରିଥିବା ଦାବିକୁ ଖୋଲା ସମର୍ଥନ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଏ ବର୍ଷ ଭୁବନେଶ୍ବରରେ ଆନ୍ତର୍ଜାତିକ ହକି ମ୍ୟାଚ୍‍ ହେବାକୁ ଯାଉଛି । ଏଥିଲାଗି ଜୋରଦାର୍‍ ପ୍ରସ୍ତୁତି ଚାଲିଥିବା ବେଳେ ହକିକୁ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ଜାତୀୟ ଖେଳ ବୋଲି ଘୋଷଣା କରିବାକୁ ଓଡ଼ିଶା ମୁଖ୍ୟମବୀ ପ୍ରଧାନମବୀଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମବୀ ଏ ପ୍ରସଙ୍ଗରେ କିଛି କହିବା ପୂର୍ବରୁ କେନ୍ଦ୍ର କ୍ରୀଡ଼ାମବୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ପ୍ରଦାନ ଲାଗି କୌଣସି ସରକାରୀ ବିଜ୍ଞପ୍ତିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । କେନ୍ଦ୍ର କ୍ରୀଡ଼ାମବୀଙ୍କ ବକ୍ତବ୍ୟକୁ ସୁନ୍ଦରଗଡ଼ର ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମବୀ ଜୁଏଲ୍‍ ଓରାମ ଗଣମାଧ୍ୟମରେ ଦୋହରାଇଛନ୍ତି । ଅନ୍ୟପକ୍ଷରେ ରାଉରକେଲାର ବିଧାୟକ ଥିବା ବରିଷ୍ଠ ବିଜେପି ନେତା ଦିଲିପ ରାୟ କିନ୍ତୁ ହକିକୁ ଜାତୀୟ ଖେଳର ମାନ୍ୟତା ପ୍ରଦାନ କରାଯିବା ଆବଶ୍ୟକ ଏବଂ ଏ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମବୀଙ୍କ ପ୍ରସ୍ତାବ ଯୁକ୍ତି ସଙ୍ଗତ ବୋଲି କହିଛନ୍ତି ।

ନିଜ ଯୁକ୍ତି ସପକ୍ଷରେ ଦିଲ୍ଲୀପ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୫୩ ଜଣ ହକି ଖେଳାଳି ଓଡ଼ିଶା ସୃଷ୍ଟି କରିଛି ଏବଂ ସେମାନଙ୍କ ମଧ୍ୟରୁ ୫୨ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର । ସନ୍ଦରଗଡ଼ର ୨ଜଣ ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି । ଆନ୍ତର୍ଜାତିକ ହକି ମ୍ୟାଚରେ ସୁନ୍ଦରଗଡ଼ର ଖେଳାଳି ମଧ୍ୟ ନେତୃତ୍ବ ନେଇଛନ୍ତି । ଉଭୟ ପୁରୁଷ ଓ ମହିଳା ସିନିଅର୍‍ ଓ ଜୁନିଅର୍‍ ଜାତୀୟ ହକି ଦଳରେ ଏବେ ଓଡ଼ିଶାର ୨୦ ଜଣ ଖେଳାଳି ଥିବା ବେଳେ ସେମାନଙ୍କ ଭିତରୁ ୧୯ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର  । ଏମିତିକି ସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିମାନେ ଅତୀତରେ ଅଲମ୍ପିକ୍ସରେ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ସେପଟେ କିନ୍ତୁ ସୁନ୍ଦରଗଡ ଜିଲ୍ଲାକୁ କେନ୍ଦ୍ରରେ ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ ଜୁଏଲ ଓହାମ କହିଛନ୍ତି, ମୁଖ୍ୟମବୀ ସବୁ କଥାରେ ରାଜନୀତି କରୁଛନ୍ତି  । ସେପଟେ କେବଳ ଓଡ଼ିଶା କାହିଁକି ଦେଶର ହକି କ୍ରୀଡ଼ାବିତ୍‍ ସୃଷ୍ଟି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ସୁନାମ ରହିଥିବା ପରିପ୍ରେକ୍ଷୀରେ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନରେ ହକି ଖେଳକୁ ପ୍ରୋତ୍ସାହନ ଦେବା ଏବଂ ରାଉରକେଲାରେ ଜାତୀୟ ଓ ଆନ୍ତର୍ଜାତିକ ହକି ମ୍ୟାଚ୍‍ ମାନ ଆୟୋଜନ କରିବା ପାଇଁ ଶ୍ରୀ ରାୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାରେ ହକି ଭିତ୍ତିଭୂମିର ଅଧିକ ବିକାଶ ଓ କ୍ରୀଡ଼ାବିତ୍‍ମାନଙ୍କୁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ପ୍ରୋତ୍ସାହନ ଦେବା ଲାଗି ଦିଲିପ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + 19 =