ବନ୍ଦେ ଉତ୍କଳ ଜନନୀକୁ ମିଳିବ ମାନ୍ୟତା

ଭୁବନେଶ୍ବର () ହକିକୁ ଜାତୀୟ କ୍ରିଡାର ମାନ୍ୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଏବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ଦେବାକୁ ଦାବି ଉଠିଛି  । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ଲିକ୍ଷିତ ଏହି କବିତାକୁ ରାଜ୍ୟ ସରକାର ସବୁ ସରକାରୀ କାର୍ଯ୍ୟକ୍ରମରେ ବୋଲାଯିବ ବୋଲି ସରକାର ଘୋଷଣା କରିଛନ୍ତି  । କିନ୍ତୁ ଏହାକୁ ଏଯାଏଁ ରାଜ୍ୟ ସଂଗୀତର ମାନ୍ୟତା ମିଳିନି  । ଏହାକୁ ନେଇ ଏବେ ବିଭନ୍ନ ମହଲରୁ ଦାବି ଉଠିଛି  । ଏହି ଦାବି ପୂର୍ବରୁ ଅନେକ ଥର ଉଠିଥିଲେ ମଧ୍ୟ ଏହି କବିତାକୁ ଏଯାଏଁ ରାଜ୍ୟ ସଂଗୀତ ମାନ୍ୟତା ମିଳିନି  । ରାଜ୍ୟ ସରକାର ଏହି କବିତାକୁ ରାଜ୍ୟ ସଂଗୀତର ମାନ୍ୟତା ଦେବାକୁ ଉଦ୍ୟମ କରିବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ

ସେପଟେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଓଡିଶା ପରି ବିଭିନ୍ନ ରାଜ୍ୟରେ ସେମାନଙ୍କ ଲୋକପ୍ରିୟ ସଂଗୀତ ରହିଛି  । ସେହିସବୁ ସଂଗୀତକୁ କେଉଁ ପ୍ରକ୍ରିୟାରେ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇଛି, ତାହାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ  ।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଏହି କାନ୍ତକବିଙ୍କ ଏହି ସଂଗୀତ ଓଡିଆ ଭାଷାଭାଷୀଙ୍କୁ ଏକାଠି କରିବାକୁ ଏକ ବଳିଷ୍ଠ ଅସ୍ତ୍ର ସାଜିଥିଲା  । 1912 ମସିହାରେ ପ୍ରଥମ ଥର ପାଇଁ ଉତ୍କଳ ସମ୍ମିଳନୀରର ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଏହି ସଂଗୀତର ପାଠ କରାଯାଇଥିଲା  ।

Share

Leave a Reply

Your email address will not be published. Required fields are marked *

eighteen − sixteen =