ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବା ନେଇ ପକ୍ଷ ରଖିଛୁ

ଭୁବନେଶ୍ବର() ୟୁଜି ଓ ପିଜିର ଶେଷ ସେମିଷ୍ଟରକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶେଷ ସେମିଷ୍ଟର ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ରାଜ୍ୟକୁ ଏହା ଉପରେ ଲିଖିତ ଭାବେ ଦେବାକୁ ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଥିଲେ । ତେଣୁ ରାଜ୍ୟ ସରକାର ଲିଖିତ ଭାବେ ଜଣାଇଛନ୍ତି । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବା ନେଇ ରାଜ୍ୟ ସରକାର ପକ୍ଷ ରଖିଛନ୍ତିି । କିଛି ଦିନ ଭିତରେ ଏହି ଆବେଦନ ଉପରେ ରାୟ ଆସିବ । ଏହାସହ ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ମାନିବୁ ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ବାତିଲ ନେଇ ଆବେଦନ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

20 + 13 =