ଆହତ ସେବାୟତଙ୍କ ଘରେ ପହଁଚିଲେ ମୁଖ୍ୟ ପ୍ରଶାସକ

ପୁରୀ () ସେବାୟତଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକାଧିକ ଯୋଜନା କରୁଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ । ଏପରିକି ସେମାନଙ୍କ ସୁଖଦୁଃଖର ସାଥି ମଧ୍ୟ ହେଉଛନ୍ତି ମୁଖ୍ୟ ପ୍ରଶାସକ । ଆଜି ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ମୁଖ୍ୟ ପ୍ରଶାସକ ନିଜ ମାନବିକତା ଓ ଦାୟିତ୍ୱବୋଧତାର ପରିଚୟ ଦେଇଛନ୍ତି । 

ଶ୍ରୀମନ୍ଦିରରେ ସେବା କରୁଥିବା ସମୟରେ ଜମ୍ବେଶ୍ଵର ମହାପାତ୍ର ନାମକ ଜଣେ ସେବାୟତ ପଡିଗଲେ। ଏଥିରେ ସେ ଆହତ ହୋଇଯାଇଥିଲେ । ଏହି ଖବର ପାଇ ମୁଖ୍ୟ ପ୍ରଶାସକ ତୁରନ୍ତ ଜମ୍ବେଶ୍ଵରଙ୍କ ଘରେ ପହଂଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରିବାର ଲୋକଙ୍କ ସହ କଥାହୋଇ ଆଶ୍ୱାସନା ଦେଇଥିଲେ । ଏଥିସହ ଜମ୍ବେଶ୍ଵରଙ୍କୁ ଚିକିତ୍ସା ପାଇଁ ଶ୍ରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି ।

ଏପରିକି ଆହତ ସେବାୟତଙ୍କ ସମସ୍ତ ଟିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ । ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଫିସର ଶ୍ରୀ ହସ୍ପିଟାଲ ସହ ଯୋଗାଯୋଗରେ ରହି ଜମ୍ବେଶ୍ଵରଙ୍କ ଚିକିତ୍ସାର ତତ୍ୱାବଧାନ କରିବେ ବୋଲି ମୁଖ୍ୟ ପ୍ରଶାସକ ନିର୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × four =