ଜିନ୍ଦଲର ବଡ ସଫଳତା, ଫ୍ରାନ୍ସକୁ ଯୋଗାଇବ ରେଲ୍ ବ୍ଲୁମ

ହେଡ୍‌-ହାର୍ଡେନ୍‌ଡ ରେଲ୍ ଉତ୍ପାଦନ କରୁଥିବା ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) କଲିକତା ମେଟ୍ରୋ କର୍ପୋରେସନ୍ ପାଇଁ ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ର ୨୩୦୮ ଟନ୍ ଯୋଗାଣ  ଅର୍ଡର ପାଇବା ପରେ ପ୍ରନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍ ଯୋଗାଇବା ପାଇଁ ଅର୍ଡର ହାସଲ କରିଛି । ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟ ଜେଏସ୍‌ପିଏଲ୍ ଉତ୍ପାଦ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଅର୍ଡର ଦେବେ ବୋଲି ଶ୍ରୀ ନବୀନ ଜିନ୍ଦଲ ନେତୃତ୍ୱାଧିନ ଏହି କମ୍ପାନୀ ଆଶାକରୁଛି ।
ଜେଏସ୍‌ପିଏଲ୍‌ର ପରିଚାଳାନା ନିର୍ଦ୍ଦେଶକ ଶ୍ରୀ ଭି.ଆର. ଶର୍ମା ଏହି ସଫଳତାର ଶ୍ରେୟ ସମସ୍ତ କର୍ମଚାରୀମାନଙ୍କୁ ଦେବା ସହ କହିଛନ୍ତି ଯେ, କମ୍ପାନୀର ରାଷ୍ଟ୍ର ନିର୍ମାଣ ପ୍ରତି ନିଷ୍ଠା ଓ ସମର୍ପଣ ନିତି ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି । କମ୍ପାନୀର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୁରଦର୍ଶୀ ନେତୃତ୍ୱରେ ଜେଏସ୍‌ପିଏଲ୍‌, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରପ୍ତାନୀ ସମ୍ବନ୍ଧୀୟ ସଂକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଠା କରୁଛି ।
ଇସ୍ପାତ ଉତ୍ପାଦନକୁ  ଆବଶ୍ୟକିୟ ବସ୍ତୁ ଅଧିନିୟମରେ ରଖିଥିବାରୁ ଶ୍ରୀ ଶର୍ମା ଇସ୍ପାତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସେ କହିଛନ୍ତି ଯେ, ଫ୍ରାନ୍ସରୁ ୧୨ ହଜାର ଟନ୍ ସ୍ୱତ୍ୱନ୍ତ୍ର ରେଲ୍ ବ୍ଲୁମ ଯୋଗାଣ ଅର୍ଡରର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କାର ହେବ । ଏହା ସହିତ, ଫ୍ରାନ୍ସ ରେଳବାଇର ନିୟମିତ ସପ୍ଲାୟର୍ ସୂଚୀରେ ଜେଏସ୍‌ପିଏଲ୍ ଅନ୍ତର୍ଭୂକ୍ତ ହୋଇଛି । ସେହିପରି ବ୍ରିଟେନ ଓ ଅଷ୍ଟ୍ରେଲିଆ ଜେଏସ୍‌ପିଏଲ୍ ଉତ୍ପାଦ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଅର୍ଡର ଦେବେ ଆଶାକରାଯାଉଛି ।
ଶ୍ରୀ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଜେଏସ୍‌ପିଏଲ୍ ଇନୋଭେସନ୍‌ରେ ବିଶ୍ୱାସ କରେ ଏବଂ ରେଳ ଉତ୍ପାଦ ସେକ୍ଟରରେ ବିଭିନ୍ନ ପ୍ରୟୋଗ କରିଛି । ଫ୍ରେଟ୍ କରିଡର ଏବଂ ଦେଶରେ ବିକାଶହେଉଥିବା ମେଟ୍ରୋରେଲ୍‌ର ଆବଶ୍ୟକତାକୁ ନଜରରେ ରଖି ଜେ ଜେଏସ୍‌ପିଏଲ୍ ରେଳ ମନ୍ତ୍ରାଳୟ ଅଧିନରେ ଥିବା ରିସର୍ଚ ଡିଜାଇନ୍ ଏଣ୍ଡ ଷ୍ଟାଣ୍ଡାର୍ଡ୍ସ ଅର୍ଗାନାଇଜେସନ (ଆରଡିଏସଓ) ପ୍ରମାଣପତ୍ର ପାଇବା ପରେ ୧୦୮୦ ଏଚ୍‌ଏଚ୍ (ହିଟ୍ ଟ୍ରିଟେଡ୍‌) ଗ୍ରେଡ୍ ରେଳଲାଇନ୍‌ର ଉତ୍ପାଦନ ଆରମ୍ଭ କରିଛି । ଏହାର ପ୍ରଥମ ଅର୍ଡର (୨୩୦୮ ଟନ୍‌) ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ରୁ ପାଇସାରିଛି ।
ରେଳବାଇର ଆବଶ୍ୟକତା ଅନୁଯାୟୀ, ଜେଏସ୍‌ପିଏଲ୍ ଏବେ ଆର୍ ୨୬୦ ଗ୍ରେଡ୍ ରେଳଲାଇନ୍‌ର ଉତ୍ପାଦନ କରିବାକୁ ଯାଉଛି ।  ଏହି ରେଳଲାଇନ୍‌ର ଧାରଣ କ୍ଷମତା ବର୍ତ୍ତମାନ ଥିବା ୱାଗନ୍ ପିଛା ୬୪ ଟନ୍ ସ୍ଥାନରେ ୭୫ ଟନ୍ ରହିବ ।
ହେଡ୍‌-ହାର୍ଡେନ୍‌ଡ ରେଲ୍ ମେଟ୍ରୋ ରେଳଲାଇନ୍ ଏବଂ ଦୃତଗତି ବିଶିଷ୍ଠ ଫ୍ରେଟ୍ କରିଡର ଲାଇନ୍‌ରେ  ବ୍ୟବହାର ହୋଇଥାଏ । ହେଡ୍‌-ହାର୍ଡେନ୍‌ଡ ରେଲ୍‌ର ନିର୍ମାଣ ବିଶେଷ  ହିଟ୍ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟାରେ ହୋଇଥାଏ, ଯାହା ଦ୍ୱାରା ସାଧାରଣ ରେଲ୍‌ଲାଇନ୍ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ଦୃଢ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

eleven − eight =