‘କାଳିଆ’କୁ ପ୍ରଶଂସା କଲେ ପୂର୍ବତନ କେନ୍ଦ୍ର ଅର୍ଥ ପରାମର୍ଦାତା

ଭୁବନେଶ୍ବର () କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଆନ । ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ, ସେ ବର୍ତ୍ତମାନର କୃଷି ଜଳବାୟୁ ଅନୁଯାୟୀ ଗ୍ରାମୀଣ ଭାରତରେ ଏହିଭଳି ଯୋଜନା ଆରମ୍ଭ କରାଯିବା ସପକ୍ଷରେ । ଏପରିକି କାଳିଆ ଯୋଜନାରୁ ଅଧିକ ସଂପ୍ରସାରିତ ଯୋଜନା କରାଯିବାର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ ଟ୍ବିଟ କରିଛନ୍ତି ।

ତେଲେଙ୍ଗାନା ସରକାଙ୍କ ରାୟତୁ ବନ୍ଧୁ ଯୋଜନା ସ୍ବଳ୍ପ ହିତାଧିକାରୀଙ୍କୁ ଟାର୍ଗେଟ କରୁଥିବାରୁ ଏହା ଏକ ସମସ୍ୟାଜନକ ଯୋଜନା । ସେ ଏନେଇ ଏକାଧିକ ଟ୍ବିଟ କରି ଲେଖିଛନ୍ତି ଯେ, ସେ ସାର୍ବଜନିକ ଯୋଜନା ସପକ୍ଷରେ ଅଛନ୍ତି । ଏନୱାଇଏଆଇ, ପିଏମ-କିଷାନ ଏବଂ ରାୟତୁ ବନ୍ଧୁ ଭଳି ଯୋଜନା ସ୍ବଳ୍ପ ହିତାଧିକାରୀଙ୍କୁ ଲକ୍ଷରେ ରଖି କରାଯାଇଥିବାରୁ ତାହା ସମସ୍ୟାବହୁଳ ।

କେବଳ ବିତ୍ତିୟ ନିୟଣ୍ଟକୁ ଦେଖି କୌଣସି ନୂଆ ଯୋଜନା ଆରମ୍ଭ କରାଯିବା ଉଚିତ ନୁହେଁ । ଯେକୌଣସି ବିଶ୍ବାସନୀୟ ନୂଆ ଯୋଜନାରେ ସ୍ବଷ୍ଟତା, ସ୍ବଚ୍ଛତା ଏବଂ ଦାୟିତ୍ବସମ୍ପନ୍ନ ଭାବେ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଉଚିତ ବୋଲି ସେ ଲେଖିଛନ୍ତି ।

ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଭିତ୍ତିରେ ଆରମ୍ଭ ହେବା ଉଚିତ । ଏହାଦ୍ବାରା ଅଧିକ ମହତ୍ବକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 − 3 =