ବିଜେପି ସଭ୍ୟ ପଦରୁ ଇସ୍ତଫା ଦେଲେ ଶତାଧିକ ଛାତ୍ରନେତା

ଭୁବନେଶ୍ବର () ରାଜ୍ୟ ବିଜେପିର ଛାତ୍ର ସଂଗଠନକୁ ଲାଗିଛି ଧକ୍କା  । ବିଜେପିରେ ଯୋଗ ଦେଇ ଭୁବନେଶ୍ବର ବିଜେବି ଓ ଅନ୍ୟାନ ମହାବିଦ୍ୟାଳୟରେ ଦଳର ସଂଗଠନକୁ ମଜବୁତ କରୁଥିବା ଛାତ୍ରନେତାମାନେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି  । ଏହି ଛାତ୍ରମାନେ ମିଳିତ ଭାବେ ସେମାନଙ୍କ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠେଇ ଦେଇଛନ୍ତି  ।

ଇସ୍ତଫା ଦେଇଥିବା ଛାତ୍ର ନେତାଙ୍କ ଅଭିଯୋଗ ବିଜେପି ଦଳରେ ଛାତ୍ରଛାତ୍ରଙ୍କ ପାଇଁ କୌଣସି ନୀତି ନାହିଁ  । ଦଳର ଛାତ୍ର ସଂଗଠନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ବା ଏବିଭିପିର ନେତାମାନେ କେବଳ ନିର୍ବାଚନ ସମୟରେ ହିଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ଆସିଥାନ୍ତି  । ବର୍ଷ ତମାମ ସଂଗଠନ କାର୍ଯ୍ୟକୁ ଜାରି ରଖିବା ପାଇଁ ଏହି ଛାତ୍ର ନେତାମାନେ ବୃକ୍ଷ ରୋପଣ, ବସ୍ତି ସଫେଇ, ସମାଜିକ ସଚେତନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରିଥାନ୍ତି  । କିନ୍ତୁ ଏ ସବୁ କାର୍ଯ୍ୟ ପାଇଁ ଦଳ ତରଫରୁ କୌଣସି ସହଯୋଗ ମିଳିବା ତ ଦୂରର କଥା ନୈତିକ ସହୟତା ମଧ୍ୟ ଦିଆଯାଏନି  ।

ବିଜେପି ଓ ଏହାର ଛାତ୍ର ସଂଗଠନର ଏଭଳି ଛାତ୍ର ରାଜନୀତି ବିରୋଧୀ ମନୋଭାବ ପ୍ରତିବାଦରେ ଏହି ଛାତ୍ରମାନେ ଏକକାଳିନ ଭାବେ ଇସ୍ତଫା ଦେଇଛନ୍ତି  । ଏହି ଛାତ୍ରନେତା ମାନେ ସେମାନଙ୍କ ଭବିଷ୍ୟତ ରଣନୀତି ସଂପର୍କରେ ଆଗାମୀ ବୈଠକରେ ନିଷ୍ପତ୍ତି ନେବେ ବୋଲି ପୂର୍ବତନ ସଭାପତି ଶିବବ୍ରତ ନାୟକ ଓ ଲଗ୍ନଜିତ ପାତ୍ର ସୂଚନା ଦେଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

19 + 3 =