କରୋନାକୁ ନେଇ ଥିବା ୧୦ଟି ଭ୍ରାନ୍ତ ଧାରଣା …

ଭୁବନେଶ୍ବର()   କରୋନାକୁ ସାଧାରଣରେ ରହିଛି ଅନେକ ଭ୍ରାନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ । ତାପମାତ୍ରା ୨୫ ଡିଗ୍ରୀ ହେଉ କି ୭୭ ଡିଗ୍ରୀ, କରୋନା ଭୁତାଣୁ ମରେ ନାହିଁ । ତେବେ ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ଆଉ ହେବ ନାହିଁ । କାରଣ ମଣିଷ ଶରୀର ମଧ୍ୟରେ ରୋଗ ପ୍ରତିରୋଧକ ସୃଷ୍ଟି ହୁଏ । ତେବେ ମଦ ପିଇଲେ କରୋନା ହବନି ବୋଲି ହେଉଥିବା ଚଚ୍ର୍ଚା ଏକ ଭ୍ରାନ୍ତ ଧାରଣା । ବରଂ ମଦ ପିଇବା ଶରୀର ପାଇଁ କ୍ଷତିକାରକ । ପ୍ରଶ୍ୱାସକୁ ଦଶ ମିନିଟ ନିଜ ମଧ୍ୟରେ ଚାପି ରଖିଲେ କରୋନା ହୋଇନି ବୋଲି ଭାବିବା ଭୁଲ । ଲୁଣ ପାଣିରେ ନାକ ଧୋଇଲେ କରୋନା ହବନି ଏକ ଭୁଲ ଚିନ୍ତାଧାରା । ଗରମ ପାଣିରେ ଗାଧୋଇଲେ କରୋନା ହବନି ଏହା ମଧ୍ୟ ଏକ ଭ୍ରାନ୍ତ ଧାରଣା । ମଶା କାମୁଡିଲେ କରୋନା ହେବ ବୋଲି ଭୁଲ ଚିନ୍ତାଧାରା । କାରଣ ଏହା ମ୍ୟାଲେରିଆ କି ଫାଇଲେରିଆ ନୁହେଁ । ରସୁଣ ଖାଇଲେ କରୋନା ହେବନି ମଧ୍ୟ ଏକ ଭ୍ରାନ୍ତ ଧାରଣା । ରସୁଣ କରୋନା ପ୍ରତିରୋଧକ ନୁହେଁ । ପିଲାଙ୍କ ଠାରୁ ବୟଷ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା ସଂକ୍ରମିତ ହୋଇପାରେ । ତେଣୁ ଏନେଇ କୌଣସି ଭ୍ରାନ୍ତ ଧାରଣ ରହିବା ଉଚିତ ନୁହେଁ । ଆଣ୍ଟିବାୟୋଟିକ ଖାଇଲେ କରୋନା ହେବନି ବୋଲି ଭାବିବା ମଧ୍ୟ ଭୁଲ । କାରଣ ଆଣ୍ଟିବାୟୋଟିକ ଖାଇଲେ ଜୀବାଣୁ ନାସ ହୁଏ, ଭୁତାଣୁ ନୁହେଁ । କେ୍ଲାରିନ ପାଣିରେ କୁଳି କଲେ ଅନ୍ୟାନ ସ୍ୱାସ୍ଥ୍ୟଗତ ସମସ୍ୟା ହେବ । ତେଣୁ ଏଥିରୁ ମଧ୍ୟ ଦୂରେଇ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ସେହିଭଳି ପୋଷା କୁକୁର କି ବିଲେଇଙ୍କ ଠାରୁ କରୋନା ସଂକ୍ରମଣ ହୁଏ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

Share

Leave a Reply

Your email address will not be published. Required fields are marked *

13 − four =