ବିଜେପିକୁ ଝଟକା, ମିଛ ଏନକାଉଣ୍ଟର ମମାଲରେ ବଟି ନେଇଥିଲେ ଶାହା

ଭୁବନେଶ୍ୱର () ସୋହରାବୁଦ୍ଦିନ ମିଛ ଏନକାଉଣ୍ଟର ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା 70 ଲକ୍ଷ ଟଙ୍କା ନେଇଛନ୍ତି । ଅହମଦାବାଦର ଜଣାଶୁଣା ବିଲଡର ପଟେଲ ବ୍ରଦର୍ସଙ୍କ ଠାରୁ ଶାହା ତିନି ଥରରେ ଏହି ଅର୍ଥ ନେଇଛନ୍ତି । ଏହି ଘଟଣାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଅମିତାଭ ଠାକୁର ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଏଭଳି ବୟାନ ଦେଇଛନ୍ତି ।

ଶାହା ଓ ଆଉ 3ଜଣ ଏହି ମିଛ ଏନକାଉଣ୍ଟର ମାମଲାରେ ଆର୍ଥିକ ଓ ରାଜନୈତିକ ଦୃଷ୍ଟିରୁ ଲାଭବାନ ହେଇଛନ୍ତି । ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ (ଏଟିଏସ)ର ଡେପୁଟି ଆଇଜି ଡି.ଜି ଭଞ୍ଜରା, ଉଦୟପୁରର ପୂର୍ବତନ ଏସପି ଦିନେଶ ଏମଏନ, ଅହମଦାବାଦର ପୂର୍ବତନ ଏସପି ରାଜକୁମାର ପଣ୍ଡିଆନ ଓ ଅହମଦାବାଦର ପୂର୍ବତନ ଡିସିପି ଅଭୟ ରାଜନୈତିକ ଦୃଷ୍ଟିରୁ ଲାଭବାନ ହୋଇଛନ୍ତି । ଭଞ୍ଜରା ପଟେଲ ବ୍ରଦର୍ସଙ୍କ ଠାରୁ 60 ଲକ୍ଷ ଟଙ୍କା ନେଇଥିଲେ ।

ପଟେଲ ବ୍ରଦର୍ସଙ୍କୁ ଲାଞ୍ଚ ନଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ତେବେ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ 22ଜଣଙ୍କୁ ଏହି ମିଛ ଏନକାଉଣ୍ଟର ମାମଲାରେ ସଂଶ୍ଳିଷ୍ଟ କରିବାକୁ ତତ୍କାଳୀନ ସିବିଆଇ ନିର୍ଦେଶକ ଚାପ ପ୍ରୟୋଗ କରିନଥିବା ଅମିତାଭ କହିଛନ୍ତି । ଏହି ମାମଲାକୁ ପ୍ରଥମେ ଗୁଜୁରାଟ ସିଆଇଡି, ତାପରେ ଏଟିଏସ ଏବଂ ତାପରେ ସିବିଆଇକୁ 2010ରେ ତଦନ୍ତ ପାଉଁ ହସ୍ତାନ୍ତର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

3 × two =