ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ

ନାସାର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ ପାଇଛନ୍ତି । ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ମାଟି ତଳେ ୩ଟି ନୀଳ ହ୍ରଦ ପାଇଛନ୍ତି । ତେବେ ଦୁଇ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହର ଦକ୍ଷିଣ ଧ୍ରୁବରେ ଏକ ବଡ ଲୁଣିଆ ହ୍ରଦର ସନ୍ଧାନ ମିଳିଥିଲା । ଏହି ହ୍ରଦ ବରଫ ତଳେ ପୋତି ହୋଇ ରହିଛି । ଯଦି ସେହି ପାଣିର ବ୍ୟବହାର ହୋଇ ପାରିବ, ତେବେ ଭବିଷ୍ୟତରେ ମଙ୍ଗଳ ଗ୍ରହରେ ଯାଇ ବସବାସ କରିବାରେ କୌଣସି ଅସୁବିଧରା ହେବନାହିଁ ।

ତେବେ ପୂର୍ବରୁ ସମସ୍ତେ ମଙ୍ଗଳ ଏକ ଶୁଷ୍କ ଓ ଅନୁର୍ବର ଗ୍ରହ ବୋଲି ପୂର୍ବରୁ ଭାବିଥିଲେ । କିନ୍ତୁ ସେଠାରେ ତରଳ ଅବସ୍ଥାରେ ଜଳ ଦେଖିବାକୁ ମିଳିଛି । ଲାଲ ଗ୍ରହରେ ପ୍ରଚୁର ପାଣି ଥିବା ବୈଜ୍ଞାନିକମାନେ ଆକଳନ କରିଥିଲେ । ୩ ବିଲିୟନ ବର୍ଷ ପୂର୍ବେ ଜଳବାୟୁରେ ବଡ ପରିବର୍ତ୍ତନ ହେତୁ ମଙ୍ଗଳ ଗ୍ରହର ରୂପ ବଦଳିଯାଇଥିଲା ।

Share

Leave a Reply

Your email address will not be published. Required fields are marked *

fifteen − 14 =