ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ବର() ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ । ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ୍ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

୯୦ ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ସବୁଠାରୁ ଆଗରେ ରହିଛି। ସେହିପରି ୮୮. ୬୭ ପ୍ରତିଶତ ସହ ଦ୍ୱିତୀୟରେ ରହିଛି ଭୁବନେଶ୍ୱରର ବିଜେବି ଜୁନିୟର କଲେଜ। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି।

କଳାରେ ବିଜେବିର କଟ୍ ଅଫ୍ ମାର୍କ ସର୍ବାଧିକ ୭୧.୧୭ ପ୍ରତିଶତ ରହିଛି। ଦ୍ବିତୀୟ ସ୍ଥାନରେ ରହିଛି ରେଭେନ୍ସା ବିଶ୍ବ ବିଦ୍ୟାଳୟ। ରେଭେନ୍ସାର କଟ୍ ଅଫ୍ ମାର୍କ ରହିଛି ୭୦.୧୭ପ୍ରତିଶତ। ତୃତୀୟରେ ରହିଛି କେନ୍ଦୁଝର ପତିତପାବନ କଲେଜ।

ସେହିପରି ବାଣିଜ୍ୟରେ ୮୦.୬ ପ୍ରତିଶତ ସହ ଗଞ୍ଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୬.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ ଢେଙ୍କାନାଳ ଇଭିନିଂ ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ରହିଛି।

Share

Leave a Reply

Your email address will not be published. Required fields are marked *

one × five =