କାହା ସ୍ବାର୍ଥରେ ନବ ନିର୍ମାଣ କୃଷକ ସଂଗଠନ?

ଭୁବନେଶ୍ବର () କାହା ସ୍ବାର୍ଥରେ ନବ ନିର୍ମାଣ କୃଷକ ସଙ୍ଗଠନ ୨୧ ତାରିଖରେ ଓଡ଼ିଶା ବନ୍ଦ ଡକରା ଦେଇଛି। ମାଟ୍ରିକ ପରୀକ୍ଷା ୨୨ ତାରିଖରେ ଥିବା ଜାଣିବା ପରେ ବି ଅନ୍ଦୋଳନରୁ ନଓହରିବା ପଛରେ କଣ ରହିଛି ସ୍ବାର୍ଥ । ଦାବି ନାଁରେ ନବ ନିର୍ମାଣ କୃଷକ ସଙ୍ଗଠନ ହାଜାର ହଜାର ପିଲାଙ୍କ ଭିବଷ୍ୟତକୁ କାହିଁକି ଅନ୍ଧରାକୁ ଠେଲିବାକୁ ଯାଉଛି? କେବଳ ଏତିକି ନୁହେଁ, ରାଜ୍ୟର ତଥାକଥିତ ଦାୟିତ୍ବସଂପନ୍ନ ଦୁଇ ଜାତୀୟ ଦଳ ମଧ୍ୟ ବନ୍ଦକୁ କେଉଁ ସ୍ବାର୍ଥରେ ସମର୍ଥନ କରୁଛନ୍ତି । ରାଜ୍ୟ ସରକାରଙ୍କ ବାରମ୍ବାର ଅପିଲ ପରେ ମଧ୍ୟ ମାଟ୍ରିକ ପରୀକ୍ଷା ପୂର୍ବ ଦିନ ଓଡିଶା ବନ୍ଦ ଡାକରା ପରେ ସାଧାରଣରେ ଏହି ପ୍ରଶ୍ନ ଉଠିବା ସ୍ବାଭାବିକ ।

ରାଜ୍ୟର ପ୍ରାୟ 6 ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ବାଜିରେ ଲାଗାଇଛି ନବ ନିର୍ମାଣ କୃଷକ ସଂଗଠନ । ଏହି ବନ୍ଦ ଡାକରା କୃଷକଙ୍କ ମଙ୍ଗଳ ପାଇଁ ନା ପିଲାଙ୍କ ଭବିଷ୍ୟତ ବିଗାଡିବା ପାଇଁ । ଏନେଇ ଏବେ ସବୁ ମହଲରେ  ପ୍ରଶ୍ନ ଉଠିଲାଣି । କାରଣ ୨୨ ତାରିଖରୁ ମଟ୍ରିକ ପରୀକ୍ଷା ନେଇ ବହୁ ପୂର୍ବରୁ ସମୟ  ନିର୍ଘଣ୍ଟ ସରିଛି। ହେଲେ ନବ ନିର୍ମାଣ କୃଷକ ସଙ୍ଗଠନ ମାଟ୍ରିକ ପରୀକ୍ଷାର ଠିକ୍ ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ବନ୍ଦ ଡକରା ଦେଇଛି। ସେହିଦିନ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ଅଛି । ଯେଉଁଥିରେ ବାଧା ଉପୁଯିବା ନିଶ୍ଚିତ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା ନକରି ଏପରି ବନ୍ଦ ଡାକରାକୁ ନେଇ ନାନା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ଦୁଇ ଦିନ ଧରି କ୍ରମାଗତ ଭାବେ ରାଜ୍ୟ ସରକାର ଅପିଲ କରିବା ପରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା କାଲି ଓଡିଶା ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଅନୁରୋଧ କରିବାପରେ ଅକ୍ଷୟ କୁମାର ଆଜି ଏଠାରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତ କାଲି ସକାଳ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଯିବ । ତେଣୁ କୃଷକ ସଂଗଠନ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବାରୁ ପ୍ରଶ୍ନପତ୍ର ପହଞ୍ଚିବାରେ କୌଣସି ସମସ୍ୟା ଉପୁଜିବ ନାହିଁ । ସରକାର ଚାହିଁଳେ ସକାଳ ସୁଦ୍ଧା ସମସ୍ତ ଜିଲ୍ଲାରେ ପ୍ରଶ୍ନପତ୍ର ପହଞ୍ଚାଇ ପାରିବେ । ସେହିଭଳି ବନ୍ଦ ସମୟରେ କୌଣସି ଯାନବାହାନରେ ପ୍ରଶ୍ନପତ୍ର, ଶିକ୍ଷକ କିମ୍ବା ପରୀକ୍ଷାର୍ଥୀ ଥିଲେ ସେମାନଙ୍କୁ ସୁରୁଖୁରୁରେ ଘଟଣାସ୍ଥଳରେ ପହଞ୍ଚାଇ ଦେବାପାଇଁ କର୍ମକର୍ତ୍ତମାନଙ୍କୁ କୁହାଯାଇଛି । ଏଥି ସହିତ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗର ଗାଡି ସହିତ ଔଷଧ ଦୋକାନ ଓ ଅନ୍ୟାନ୍ୟ ଜରୁରୀ ସେବାକୁ ବନ୍ଦର ବାଦ୍‍ ଦିଆଯିବ । ରାଜ୍ୟର ପ୍ରାୟ ୧୨ଲକ୍ଷ ଚାଷୀଙ୍କର ପାଖାପାଖି ୬ଲକ୍ଷ ପିଲା ଚଳିତବର୍ଷ ମାଟିକ୍ର ପରୀକ୍ଷା ଦେଉଥିବାରୁ ବନ୍ଦ ସମୟରେ ଚାଷୀମାନେ ପରୀକ୍ଷାରେ ଯେଭଳି କୌଣସି ବିଭ୍ରାଟ ନହେବ ସେଥିପ୍ରତି ଦୃଷ୍ଟି ଦେବେ ।

କିନ୍ତୁ କୃଷକ ସଂଗଠନର ଏଭଳି ଯୁକ୍ତି ସହ ବିଜେଡି ଏକମତ ହୋଇପାରୁନି । ବିଭିନ୍ନ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ଦୃଷ୍ଟିରେ ରଖି ସରକାର ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛନ୍ତି । ଷ୍ଟ୍ରଙ୍ଗରୁମରୁ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳେ ପରୀକ୍ଷା କେନ୍ଦ୍ରରେ ପହଁଚିବ । ତାପୂର୍ବ ପୂର୍ବ ଦିନ ଅର୍ଥାତ 21 ତାରିଖରେ ସରକାର ଆବଶ୍ୟକ ପରୀକ୍ଷା ପ୍ରସ୍ତୁତି କରିବେ । ଏଭଳିସ୍ଥିତିରେ ବନ୍ଦ ପରୀକ୍ଷା ପରିଚାଳନାକୁ ପ୍ରଭାବିତ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପ ଦେଉଛି । କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳଗୁଡିକ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ମାନସିକ ସ୍ଥିତିକୁ ହୃଦୟଂଗମ ନକରି ବନ୍ଦକୁ ସମର୍ଥନ କରିବା ରାଜନୈତି ଦାୟିତ୍ବହୀନତାର ପରିଚୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

Share

Leave a Reply

Your email address will not be published. Required fields are marked *

1 × three =