ଜାଣନ୍ତୁ ଦେଶରେ ଆଜି କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଛଡ଼ା ୫୬ ହଜାର ୯୯୪ ଜଣ ସୁସ୍ଥ ହୋଇଥିବାବେଳେ ୯୦୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୩୭ ହଜାର ୫୬୬ ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୧୬ ହଜାର ୮୯୭ରେ ପହଂଚିଛି।

ସେହିପରି ସମୁଦାୟ ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ଦେଶରେ ୫ ଲକ୍ଷ ୫୨ ହଜାର ୬୫୯ଟି ସକ୍ରିୟ ମାମଲା ରହିଛି । ଦେଶରେ ୩ ଲକ୍ଷ ୯୭ ହଜାର ୬୩୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି । ସେହିପରି ଆରୋଗ୍ୟ ହାର ୯୬.୮୭ ପ୍ରତିଶତ ରହିଥିବାର ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

19 + six =