ଉପକୂଳରେ ସବୁଜ ବଳୟର ହେବ ପୁନରୁଦ୍ଧାର

ମୁଖ୍ୟମନ୍ତ୍ରୀଙ୍କ 5 ବର୍ଷିଆ ଯୋଜନାରେ ଖର୍ଚ୍ଚ ହେବ 200 କୋଟି

ଭୁବନେଶ୍ବର () ବାତ୍ୟା ଫନିରେ ଉପକୂଳ ଅଂଚଳର ବନ ସମ୍ପଦର ବ୍ୟାପକ କ୍ଷୟକ୍ଷତି ଓ ସବୁଜିମା ନଷ୍ଟ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳରେ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତ୍ରୁତ ଆଲୋଚନା କରିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବିନୀକରଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ 200 କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରୁ ଜଣାଯାଇଛି ଯେ, ଆସନ୍ତା 5 ବର୍ଷ ମଧ୍ୟରେ 8000 ହେକ୍ଟର ପରିମିତ ଅଂଚଳରେ ବୃକ୍ଷରୋପଣ କରାଯିବ । ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ 2018-19ରେ 65 ଲକ୍ଷ ଚାରା ରୋପଣ ଓ ଆବଣ୍ଟନ କରାଯିବ । ଚଳିତ ବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ 50 ଲକ୍ଷ ଚାରା ମାଗଣାରେ ଦିଆଯିବ । ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା 5 ବର୍ଷ ମଧ୍ୟରେ 5 ଲକ୍ଷ ବୃକ୍ଷ ରୋପଣ କରାଯିବ । କେବଲ ଚଳିତ ବର୍ଷ 1 ଲକ୍ଷ ଗଛ ଲଗାଯିବ । ଅଧା ଉପୁଡି ବଂଚିଯାଇଥିବା 30 ହଜାର ଗଛର ପୁନରୁଦ୍ଧାର କରାଯିବ । ଫନି କ୍ଷତିଗ୍ରସ୍ତ ଅଂଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ 12 ହଜାର ହେକ୍ଟର ଅଂଚଳରେ ଫଳ ଗଛ ଲଗାଯିବ । ଏଥିସହିତ 3 ବର୍ଷ ପାଇଁ ଇଣ୍ଟର-କ୍ରପିଂ ପ୍ୟାକେଜ ମଧ୍ୟ ଦିଆଯିବ । 5 ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ଲୋକହ୍କ ଘରବାଡରେ 4 ଲକ୍ଷ ନ୍ୟୁଟ୍ରି ଗାର୍ଡେନ କରାଯିବ ।

Share

Leave a Reply

Your email address will not be published. Required fields are marked *

18 − fourteen =