ସବୁବେଳେ ହାଇ ମାରୁଛନ୍ତି କି ? ପଡିବେ…

ହାଇ ମାରିବା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ଆମେ ସମସ୍ତେ ଜାଣନ୍ତି । ଆମ ଦୈନକ ଜୀବନର ଏକ ଅଭିନ୍ନ ଅଂଶ ହେଉଛି ହାଇ ମାରିବା । ଦିନକୁ ଅତି କମରେ ୨/୩ ଥର ହାଇ ତ ସମସ୍ତେ ମାରିଥାନ୍ତି । ତେବେ ଲୋକଙ୍କ ବିଶ୍ବାସ ରହିଛି ଯେ ଥକା ଲାଗିଲେ ହାଇ ଆସିଥାଏ । ତେଣୁ ଅଳ୍ପ ସମୟ ଆରାମ କଲେ ଠିକ୍ ହୋଇଯିବ । ତେବେ ଜାଣି ଆଶ୍ଚର୍ୟ୍ୟ ହେବେ ହାଇ ମାରିବା ଯଦିଓ ସାମାନ୍ୟ କିନ୍ତୁ ଅଧିକ ହାଇ ମାରିବା ବିପଦର ଘଂଟି । ଏବେ ନଜର ପକାନ୍ତୁ ଅଧିକ ହାଇ ମାରିବା କେଉଁ ରୋଗର ଲକ୍ଷଣ ।
ଲିଭର୍ ସମସ୍ୟା :
ଲିଭର ଜନିତ ସମସ୍ୟାର ଶେଷ ଷ୍ଟେଜ ଅତ୍ୟଧିକ ହାଇ ରୂପରେ ହୋଇଥାଏ । ଏହି ସମୟରେ ଅନୁଭବ ହେଉଥିବା ଥକାପଣ ଏହି ଲିଭର ସମସ୍ୟା ପାଇଁ ଦାୟୀ ହୋଇଥାଏ ।
ମଲ୍ଟିପଲ୍ ସ୍କେଲେରୋସିସ୍ :
ଏକ ପରୀକ୍ଷଣ ମୂତାବକ, ଯେଉଁ ଲୋକ ଏଥିରେ ପୀଡିତ ଥାନ୍ତି ସେମାନଙ୍କୁ ଅତ୍ୟଧିକ ହାଇ ଆସିଥାଏ । ଏଥିରେ ପୀଡିତ ଲୋକମାନଙ୍କର ଥର୍ମୋରେଗୁଲେଟରୀ ଡିସଫଙ୍କସନ୍ ହୋଇଥାଏ, ଯେଉଁଠି ସେମାନେ ନିଜ ଶରୀରର ତାପମାତ୍ରାକୁ ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ଅସମର୍ଥ ଥାନ୍ତି । ହାଇ କାରଣରୁ ସେମାନଙ୍କ ଶରୀରର ତାପମାତ୍ରା ଥଣ୍ଡା ହୋଇଯାଇଥାଏ ।
ବାସୋବଗଲ୍ ରିଆକ୍ସନ୍ :
ଏହା ସେତେବେଳେ ହୋଇଥାଏ ଯେତେବେଳେ ଯାହା ରକ୍ତଚାପ ଏବଂ ହାର୍ଟ ରେଟ୍ ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ଥିବା ନର୍ବ୍ସ ସିଷ୍ଟମର ଅଂଶ ଖରାପ ହୋଇଥାଏ । ଅତ୍ୟଧିକ ଚିନ୍ତିତ ବା ଚାପଗ୍ରସ୍ତ ହୋଇଥିଲେ ଏହି ଏହା ହୋଇଥାଏ । ରକ୍ତଚାପ ଏବଂ ହାର୍ଟରେଟ୍ କମିଲେ ମସ୍ତିସ୍କ ଯାଏଁ ରକ୍ତକୁ ପହଂଚିବାକୁ ଦେଇନଥାଏ । ଏଭଳି ପରିସ୍ଥିତିରେ ଶରୀର ହାଇ ମାଧ୍ୟମରେ ଅକ୍ସିଜେନ୍ ନେବାକୁ ଚେଷ୍ଟା କରେ ।
ସ୍ଲିପିଂ ଡିଜଅର୍ଡର୍ :
ଅନିଦ୍ରା ବା ସ୍ଲିପ୍ ଡିଜଅର୍ଡର୍ ଯୋଗୁଁ ଅଧିକ ଥକା ଲଗିଥାଏ । ଯାହା ଫଳରେ ଅଧିକ ହାଇ ଆସିଥାଏ ।
ବ୍ରେନ୍ ଡିସଫଙ୍କ୍ସନ :
ପରୀକ୍ଷଣ ମୂତାବକ, ବ୍ରେନ୍ ଟ୍ୟୁମର୍ ହୋଇଥିଲେ ଅଧିକ ହାଇ ହୋଇଥାଏ । ପିଟ୍ୟୁଟାରୀ ଗ୍ଲାଣ୍ଡ୍ ସଙ୍କୁଚିତ ହେଲେ ଅତ୍ୟଧିକ ହାଇ ହୋଇଥାଏ

Share

Leave a Reply

Your email address will not be published. Required fields are marked *

four × 4 =