୨୦ରେ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନ ମୂଲ୍ୟବାନର ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦ ତାରିଖରେ ଢ଼େଙ୍କାନାଳ ଓ ଅନୁଗୁଳରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ନବୀନ । ପଶ୍ଚିମ ଓଡ଼ିଶାର ପ୍ରାୟତଃ ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିସାରିଛନ୍ତି । ଏବେ ଉପକୂଳ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ତାଙ୍କର କାର୍ୟ୍ୟକ୍ରମ ରହିବ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆସନ୍ତା ନଭେମ୍ବର ୨୦ ତାରିଖରେ ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲା ଗସ୍ତକରି ଦୁଇଟି କାର୍ୟ୍ୟକ୍ରମରେ ଯୋଗଦେବେ । ସ୍ମାର୍ଟକାର୍ଡ ବଣ୍ଟନ ସହ ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲାରେ ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭଦେବେ ଏବଂ କିଛିର ଲୋକାର୍ପଣ ମଧ୍ୟ କରିବେ । ସେହିପରି ୨୨ତାରିଖରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲାକୁ ଯିବେ ବୋଲି ଜଣାପଡ଼ିଛି । ତାଙ୍କର ଏସବୁ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବିଶେଷ କରି ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ସାରିବା ନେଇ ପ୍ରସ୍ତୁତି ଚାଲିଛି ।

Share

Leave a Reply

Your email address will not be published. Required fields are marked *

three × 5 =