କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍

ଭୁବନେଶ୍ୱର: ଓଡ଼ିଆ ସିନେ ଦର୍ଶକଙ୍କୁ ସବୁବେଳେ ଭିନ୍ନ ଧରଣର ଫିଲ୍ମ ଭେଟି ଦେଉଥିବା ମୁନ୍ ଟିଭି ମୁଭିଜ୍ ପୁଣିଥରେ ଦର୍ଶକଙ୍କ ମହଲରେ ଭଲ ପାଇବାର ନୂଆ ଅଧ୍ୟାୟ ସୃଷ୍ଟି କରିଛି । କଥା ଦେଇ କଥା ରଖିଛି ପ୍ରଯୋଜନା ସଂସ୍ଥା । ଏକାସଙ୍ଗେ ୧୦ଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ଲାଗି କଥା ଦେଇ କଥା ରଖିଛି ମୁନ୍ ଟିଭି ମୁଭିଜ୍ । ପ୍ରଥମ ଚଳଚ୍ଚିତ୍ର “ତୁ ସେଇ ନୀଳ ନୟନା” ସୁଟିଂ ସରୁ ସରୁ ଦ୍ବିତୀୟ ଚଳଚ୍ଚିତ୍ର ଲଭ୍ ୪୨୦ ର ମହୁରତ ସହ ସୁଟିଂ ଆରମ୍ଭ।
ବ଼ରମୁଣ୍ଡା ସିରିଡ଼ି ସାଇ ମନ୍ଦିର ରେ ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ , କ୍ରିଏଟିଭ ହେଡ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ଅଭିନେତା ଜ୍ୟୋତିଙ୍କ ଉପସ୍ଥିତିରେ ମହୁରତ ଅନୁଷ୍ଠିତ ହୋଇଛି।
ସୁଟିଂ ଭୁବନେଶ୍ୱର,କଟକ , ବାରିପଦା ସହ ଗୀତ ସୁଟିଂ ହାଇଦ୍ରାବାଦ ଓ କୋଲକାତା ରେ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।
ଚଳଚ୍ଚିତ୍ର ରେ ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜୁମଦାର।
ଏଥିରେ ଅଭିନୟ କରୁଛନ୍ତି ଜ୍ୟୋତି, ଶୀତଲ,ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ନବାଗତ ଏଲସା, ସୁନୀତା,ହରି,ହାଡୁ ପ୍ରମୁଖ ଅଭିନୟ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen + six =