ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ –

ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିନ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧।
ବୃଷ –

ମଙ୍ଗଳ ଆପଣଙ୍କୁ ଯାନବାହନ କ୍ରୟ,ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇପାରେ। ବନ୍ଧୁଙ୍କ ପରାମର୍ଶକୁ ଶ୍ରେୟ ମନେକରି କାମ କରିଚାଲିଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ଶୁଭ ରଙ୍ଗ କ୍ରୀମ। ଶୁଭ ଅଙ୍କ ୩।
ମିଥୁନ –

ବଳବାନ୍ ବୁଧ ଆପଣଙ୍କୁ ବୌଦ୍ଧିକତା ପ୍ରଦାନ କରି ଶିକ୍ଷା, ପରୀକ୍ଷା, ଉଚ୍ଚପଦଧିକାରୀ ସହ ଆଲୋଚନା କ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବେ। କିନ୍ତୁ ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି। ଶୁଭ ରଙ୍ଗ ଗୋଲାପି। ଶୁଭ ଅଙ୍କ ୫।
କର୍କଟ –

ଦ୍ୱିତୀୟ ଭାବରେ ରବି ଓ ମଙ୍ଗଳ ଆପଣଙ୍କ ବ୍ୟବହାରକୁ କଠୋର କରିଦେବା କାରଣରୁ ସମସ୍ୟାର ଆଶଙ୍କା ରହିଛି। ଏଣେ ସନ୍ତାନଙ୍କ ବୈବାହିକ ସମସ୍ୟା କିମ୍ବା ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ବଢିଯାଇପାରେ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୯।
ସିଂହ –

ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ଅଷ୍ଟମସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟିକରିବ। ଅବ୍ୟ ବ୍ୟୟାଧିପ ଅଷ୍ଟମଭାବରେ ବିପରୀତ ରାଜଯୋଗ ସୃଷ୍ଟି କରି ସମସ୍ୟାର ଅନ୍ତରାଳରେ କାର୍ଯ୍ୟସିଦ୍ଧି ପ୍ରଦାନ କରିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।
କନ୍ୟା –

ଶନିଙ୍କ ପ୍ରଭାବରୁ କେତେକ ଅନିଚ୍ଛାକୃତ କାରଣବଶତଃ ପରିସ୍ଥିତି ବିଗିଡିଯାଇ ପାରେ। ବାରମ୍ବାର ସମସ୍ୟା ବୃଦ୍ଧି ପଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇଯିବ। ନିଜର ଅବହେଳା ହେତୁ ସ୍ୱାସ୍ଥ୍ୟ ଗୁରୁତର ହୋଇପାରେ। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୮।
ତୁଳା –

ଶୁକ୍ରଙ୍କ ଦୃଷ୍ଟି ଆପଣଙ୍କୁ ବିଳାସବ୍ୟସନ ଦିଗକୁ ଆକର୍ଷିତ କରିପାରେ। ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜି ପାରନ୍ତି। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୨।
ବିଛା –

ବିଭିନ୍ନ ସମସ୍ୟା ମଧ୍ୟରେ ରହି ମନରେ ବିଭିନ୍ନ ପ୍ରକାରର ଚିନ୍ତା ସୃଷ୍ଟି ହେବ। ଅବଶ୍ୟ ଆଶା ପୂରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି ହେବାର ନିକଟ ସମ୍ପକୀୟମାନଙ୍କ ଅବଦାନକୁ ଭୁଲି ପାରିବେ ନାହିଁ। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୫।
ଧନୁ –

ପରିବାରରେ ପାରସ୍ପରିକ ସାହାର୍ଯ୍ୟ,ସହଯୋଗ ଓ ସଦିଚ୍ଛା ଲାଭ କରି ଖୁସି ରହିବେ। ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ। ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ। ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୭।
ମକର –

କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହେବ ନାହିଁ। ବିଭିନ୍ନ ଅସୁବିଧାରେ ବୁଡି ରହିଥିବା ସମୟରେ ନିଜ ଲୋକମାନେ ଦାଉ ସାଧିବେ। ସହକର୍ମୀମାନଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ। ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮।
କୁମ୍ଭ –

ଆଜିର କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହେବ ନାହିଁ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ହାସଲ କରିବେ। ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୧।
ମୀନ –

ସାମାଜିକ ସ୍ତରରେ ଜନହିତକାର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ। ଆନୁଷ୍ଠାନକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୬

Share

Leave a Reply

Your email address will not be published. Required fields are marked *

two + twelve =