କେଉଁ ଚିହ୍ନ ଘର ପାଇଁ ଶୁଭ ଆସନ୍ତୁ ଜାଣିବା

ପ୍ରତ୍ୟେକ ଧର୍ମରେ କିଛି ନା କିଛି ଚିହ୍ନକୁ ଶୁଭ ବୋଲି କୁହାଯାଇଥାଏ , ଏବଂ ସେହି ଚିହ୍ନର ବ୍ୟବହାର ପ୍ରତ୍ୟେକ ପୂଜାପର୍ବ ଏବଂ ସମସ୍ତ ଶୁଭ କାମରେ ବ୍ୟବହାର କରାଯାଇଥାଏ । କୌଣସି ନୂତନ କାର୍ଯ୍ୟରେ ଏହି ଚିହ୍ନକୁ ଶୁଭ ମନାଯାଏ । ହିନ୍ଦୁ ଧର୍ମରେ ସ୍ୱସ୍ତିକ, ଓଁ, କଳସ ଓ ଶୁଭଲାଭ ବ୍ୟବହାର କରାଯାଇଥାଏ । ଏହା ବ୍ୟବହାର ଦ୍ୱାରା ଶୁଭ ଫଲ ମିଳିଥାଏ ।
ସ୍ୱସ୍ତିକ –ସ୍ୱସ୍ତିକ ଚିହ୍ନର ସମ୍ବନ୍ଧ ବାସ୍ତୁ ସହ ରହିଛି । ଏହି ଚିତ୍ର ଆଙ୍କିଲା ସମୟରେ ସତର୍କ ସହ କରିବାକୁ ପଡିଥାଏ କାରଣ ଟିକେ ଭୁଲରେ ଏହାର ଦିଗ ଭୁଲ ହେବାର ସମ୍ଭାବନା ଥାଏ । ଯାହା ପାଇଁ ଘରେ ଅମଙ୍ଗଳ ହୋଇଥାଏ । ସ୍ୱସ୍ତିକ ଚିହ୍ନରେ ଭଗବାନ ବିଷ୍ନୁ ଓ ନାରଦ ମୁନିଙ୍କ ଶକ୍ତି ରହିଥାଏ । ଏହି ଚିହ୍ନ ହଳଦିଆ ଓ ନାଲି ରଙ୍ଗରେ ଚିତ୍ର କଲେ ଏହା ଶୁଭ ହୋଇଥାଏ ।
ଓଁ –ଓଁ କୁ ଭଗବାନଙ୍କ ସବୁଠାରୁ ବଡ ନାମ ବୋଲି କୁହାଯାଏ । ଓଁର ଉପô୍ତି ‘ଅ’, ‘ଉ’ ଏବଂ ‘ମ’ ର ମିଶ୍ରଣରେ ହୋଇଥାଏ । ସମସ୍ତ ଦେବତାଙ୍କୁ ଆରାଧନା କରିବା ପୁର୍ବରୁ ଓଁ ଉଚ୍ଚାରଣ କରାଯାଏ । ଏଥିରେ ସମସ୍ତ ଶକ୍ତି ରହିଥାଏ ।
ଶୁଭଲାଭ – ଶାସ୍ତ୍ରରେ ଶୁଭଲାଭ ଗଣେଷଙ୍କ ପୁତ୍ରଭାବେ ଜଣାଯାଏ । ଏହି ଚିତ୍ରରେ କୁବେରଙ୍କ ଶକ୍ତି ରହିଥାଏ । ଶୁଭଲାଭରେ ସିନ୍ଧି, ବିଦ୍ୟା, ସମୃଦ୍ଧି ଓ ସମ୍ପତି ବାସ କରିଥାନ୍ତି ।
କଳସ – କଳସ ମଧ୍ୟ ଏକ ପବିତ୍ର ଚିହ୍ନ । ଏଥିରେ ଅମୃତ ଓ ବରୁଣ ଦେବଙ୍କ ବାସ ରହିଥାଏ । ସମସ୍ତ ଘରେ କଳସ ଚିତ୍ର ପ୍ରତ୍ୟେକ ଦିନ ଆଙ୍କାଯାଏ । ଏକରି ପରିବା ଦ୍ୱାରା ସଫଳତା ମିଳିଥାଏ ।

Share

Leave a Reply

Your email address will not be published. Required fields are marked *

eight − 3 =