ସୁବାସ ଚୌହାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକପ୍ରକାଶ

ଭୁବନେଶ୍ୱର() ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡ଼ି ନେତା ସୁବାସ ଚୌହାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି ଯେ, ସୁବାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ । ରାଜ୍ୟବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍କରଣୀୟ ହୋଇ ରହିବ । ଏହା ସହ ସୁବାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଶୋକପ୍ରକାଶ କରିଛନ୍ତି ।

ତେବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ଆଜି ସୁବାସଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ୨୦୧୯ ମାର୍ଚ୍ଚ ୨୬ ତାରିଖରେ ସୁବାସ ବିଜେଡିରେ ଯୋଗ ଦେଇଥିଲେ । ସେ କଳାହାଣ୍ଡି, ବରଗଡ ବଲାଙ୍ଗିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + 19 =