୫୮ ଜଣଙ୍କ ମଧ୍ୟରୁ ୫୭ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର() ଆଜି ନୂଆ ଚିହ୍ନଟ ହୋଇଥିବା ୫୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୫୮ ଜଣଙ୍କ ମଧ୍ୟରୁ ୫୭ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪୧ ଜଣ ସୁରତ ଫେରନ୍ତା । ଆଜି ସୁଦ୍ଧା ୧୫୩ ଜଣ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ । ରାଜ୍ୟର ୯ଟି ଜିଲ୍ଲାରେ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ । ଅନୁଗୁଳର ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଛାଡି ସମସ୍ତେ ପ୍ରବାସୀ । ଗଞ୍ଜାମର ୨୯ ଓ ମୟୁରଭଞ୍ଜର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା । ଏହା ସହ ବାଲେଶ୍ୱରର ୧୫ ଆକ୍ରାନ୍ତ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଓ ୫ ଜଣ କର୍ଣ୍ଣାଟକରୁ ଫେରିଛନ୍ତି । ଅନୁଗୁଳର ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା । ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା । ଅନୁଗୁଳର ଜଣେ ଆକ୍ରାନ୍ତଙ୍କୁ ଛାଡ଼ି ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ।  ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 3 =