ନବୀନଙ୍କ ବାର୍ତ୍ତାର ବାହକ …

ଯାଜପୁର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ସମାଜ ସେବା ପାଇଁ ପରାମର୍ଶ ଦେଇଥିବା ବେଳେ ତାଙ୍କ ୟଙ୍ଗ ବ୍ରିଗେଡ଼ର ସାରଥୀ ପ୍ରଣବ ପ୍ରକାଶ ଦାସ ସୁପ୍ରିମୋଙ୍କ ଏହି ମନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପାଗ ଭିଡିଛନ୍ତି ।

ନିଜ ଗାଁର ଲୋକଙ୍କ ମନରେ ସେବା ମନୋଭାବ ସୃଷ୍ଟି କରିବାକୁ ସେ ସମସ୍ତଙ୍କୁ ବବି ଦାସ ହେବାକୁ ଆହ୍ୱାନ ଦେଇଛନ୍ତି । ସେବା ହିଁ ବିକାଶର ମୂଳମନ୍ତ୍ର । ଜଣେ ବ୍ୟକ୍ତି କେବେ ବିକାଶର ରଥକୁ ଆଗେଇ ନେଇ ପାରିବନି । ବିକାଶ ପାଇଁ ସମସ୍ତେ ଏକଜୁଟ ହେଵା ଦରକାର । ମୋ ଗାଁର ସମସ୍ୟା ମୁଁ ନିଜେ ଦୂର କରିବି, ଏପରି ମନବୃତି ସମସ୍ତଙ୍କ ମନରେ ଆସିବା ଉଚିତ । ତାହାଲେ ଯାଏଁ ନିଜ ଗାଁ ଓ ଜିଲ୍ଲାର ବିକାଶ ସମ୍ଭବ ବୋଲି ଯାଜପୁରରେ ବିଜେଡି ର ଜନସମ୍ପର୍କ ପଦଯାତ୍ରାରେ ପ୍ରଣବ କହିଛନ୍ତି ।

ଏହାସହ ତାଙ୍କର କେହି ନିଜ ଲୋକ ନାହାନ୍ତି କି ପାଖ ଲୋକ ବି ନାହାନ୍ତି । ଯାଜପୁର ର ବିକାଶ ପାଇଁ ସମସ୍ତଙ୍କୁ ଜଣେ ଜଣେ ବବି ଦାସ ହେବାକୁ ପଡିବ ବୋଲି ଆହ୍ୱାନ ଦେଇଛନ୍ତି ବିଧାୟକ । ସେବାମନବୃତି, ସ୍ଵଚ୍ଛତା ଓ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ 5ଟି ଯୋଜନା ର ଲକ୍ଷ, ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ଲୋକଙ୍କୁ ଜଣେଇବା ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ ।

Share

Leave a Reply

Your email address will not be published. Required fields are marked *

11 + 17 =