ମା’ର ଚରିତ୍ର ସଂହାର କଲା ଝିଅ

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ମା’ ଓ ଝିଅ ଥାନାରେ ମୁହାଁ ମୁହିଁ ହୋଇଛନ୍ତି । ଉଭୟ ପରସ୍ପରର ଚରିତ୍ର ସଂହାର କରିବା ସହ ପରସ୍ପରକୁ ଦୋଷାରୋପ କରିଛନ୍ତି । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଶୈଳଶ୍ରୀବିହାର ଅଞ୍ଚଳର ଏକ କଲୋନିରେ ଝିଅର ପ୍ରେମିକକୁ ମା’ ଘରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ପରେ ଥାନାରେ ଅଭିଯୋଗ ଦେଇଥିଲେ । ଫଳରେ ଝିଅ ଉତ୍କ୍ଷିପ୍ତ ହୋଇ ମା’ର ଚରିତ୍ର ଉପରେ ସନ୍ଦେହ କରି ବଚସା କରିଥିଲା । ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅର ପ୍ରେମିକକୁ କାବୁ କରିବା ସହ ଉଭୟ ମା’ ଓ ଝିଅକୁ ଥାନାକୁ ଆଣିଥିଲା । ମାତ୍ର ଘଟଣା ନେଇ ଉଭୟ ପରସ୍ପରର ଚରିତ୍ର ସଂହାର କରିବାରୁ ପୋଲିସ ଝିଅର ପ୍ରେମିକକୁ ତାଗିଦ କରି ଛାଡ଼ିବା ସହିତ ମା’ ଝିଅକୁ ବୁଝାଇ ଘରକୁ ପଠାଇଛି । ସୂଚନାଯୋଗ୍ୟ, ନାବାଳିକା ଝିଅ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ପ୍ରେମ କରୁଥିବା ଜାଣି ମା’ ବିରୋଧ କରିବାରୁ ଝିଅ ବିଧବା ମା’କୁ ଭେଟିବାକୁ ଆସୁଥିବା ଜଣେ ପରୁଷ ବନ୍ଧୁଙ୍କୁ ସନ୍ଦେହ କରି ଆକ୍ଷେପ କରିଥିଲା । ସାହି ପଡ଼ିଶା ସେମାନଙ୍କ ଗଣ୍ଡଗୋଳ ଦେଖି ପୋଲିସକୁ ଖବର ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

one × two =