ରାଜଧାନୀରୁ ଜବତ ହୋଇଛି ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ

ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟସ୍ଥ ଶିବଶକ୍ତିନଗର ଲେନ୍ ୧୫ରେ ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ ଜବତ ହୋଇଛି। ବିପୁଳ ନକଲି ସାମଗ୍ରୀ ଜବତ, ଜଣେ ଗିରଫ । ତେବେ ସଂପୃକ୍ତ କମ୍ପାନୀର ମାଲିକ ଫେରାର ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଏକ ଭଡ଼ା ଘରେ ବିନା ଲାଇସେନ୍ସରେ ନକଲି କାରଖାନା ଖୋଲିଥିଲେ। ଏଥିରେ ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ କମ୍ପାନୀର ଅସଲି ଲୋଗୋ ବ୍ୟବହାର କରି ନକଲି କରାଯାଇଛି। ଏହାକୁ କଟକ-ଭୁବନେଶ୍ବର ବଜାରରେ ବିକ୍ରୟ କରୁଥିବା ସହ ଗ୍ରାମାଞ୍ଚଳରେ ଏହି ନକଲି ସାମଗ୍ରୀର ଚାହିଦା ଦେଖିବାକୁ ମିଳିଥିଲା। ତେବେ ସୋମବାର କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ଜୋନ୍- ୪ ଏସିପି ଏସ୍ଏନ୍ ମୁଦୁଲି, ପାହାଳ ଥାନା ଅଧିକାରୀ ସୁଚିତ୍ରା ପରିଡ଼ା, ବିଏମ୍ସି ର ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବହୁ ପରିମାଣରେ ଟାଟା ସଲ୍ଟ ଓ ସର୍ଫ ଏକ୍ସିଲର ନକଲି ପ୍ୟାକେଟ ଜବତ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ ଟଙ୍କା ହେବ ବୋଲି ପାହାଳ ଥାନାଧିକାରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × four =